ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ

Published By : Harapriya Sethi | March 24, 2025 8:52 AM

ଭୁବନେଶ୍ୱର,୨୪/୦୩: ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢ଼ାଉ ବେଳେ ଅଘଟଣ । ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ବନ କର୍ନଚାରୀ ଏବଂ ଏସଟିପିଏଫ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ । ବନ କର୍ମଚାରୀଙ୍କ ଫାଙ୍କା ଗୁଳି ଚାଳନାରେ ୪ ଶିକାରୀ ଗିରଫ ହୋଇଥିବା ବେଳେ ୨ ଜଣ ଫୋରାର ହୋଇଛନ୍ତି । ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗାଁର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଂକ୍ଷୀରା, କାର୍ତ୍ତିକ ସିଂ ବାଂକ୍ଷୀରା ବୋଲି ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ପୋଡ଼ାଡିହା ବନ ବିଭାଗ ଏବଂ ଏସ୍‌ଟିପିଏଫ୍‌ ମିଳିତ ଭାବେ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢାଉ କରିଥିଲେ । ଏହି ସମୟରେ ୬ ଜଣ ଶିକାରୀ ଜଙ୍ଗଲରେ ମଧ୍ୟରେ ରୋଷେଇ କରୁଥିବାର ଦେଖିଥିଲେ । ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଦୁଇ ରାଉଣ୍ଡ ଗୁଳିଚାଳନା କରି ଖସିଯିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ସଫଳ ହୋଇନଥିଲା । ଏସ୍‌ଟିପିଏଫ୍‌ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ । ତେବେ ଘଟଣାସ୍ଥଳରେ ଜଣେ ଶିକାରୀ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ୫ ଜଣ ଖସିଯାଇଥିଲେ । ଗିରଫ ଶିକାରୀଙ୍କୁ ପଚରାଉଚରା ପରେ ଅଶ୍ୱକୁଟି ଅଞ୍ଚଳରେ ଚଢାଉ ହୋଇଥିଲା । ଯେଉଁଠାରେ ଅନ୍ୟ ୩ ଜଣ ଶିକାରୀଙ୍କୁ ଗିରଫ ସହ ଜଙ୍ଗଲରେ ଲୁଚାଇ ରଖିଥିବା ୩ ବନ୍ଧୁକ ଜବତ ହୋଇଥିଲା । ଏବେବି ୨ ଜଣ ଶିକାରୀ ଫେରାର ରହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.