ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଧାନ ଇନ୍‌ପୁଟ ସହାୟତା ପ୍ରଦାନ: ଧାନମଣ୍ଡି ପାଇଁ ପଞ୍ଜିକରଣ କଲେ ୩୫ ହଜାର ୪୯୮ ଚାଷୀ

Published By : Prameya | December 9, 2024 8:27 PM

ମାଲକାନଗିରି,୯।୧୨ (ଆ.ପ୍ର) : ମାଲକାନଗିରି ଜିଲ୍ଲାରେ ଧାନର ଇନ୍‌ପୁଟ ସହାୟତା ଚାଷୀମାନଙ୍କୁ ଦେଵା ଆରମ୍ଭ କରାଯାଇଛି। ଏଥି ନିମନ୍ତେ  ଆୟୋଜିତ ସଭାରେ ଉପସ୍ଥିତ ରହି କୃଷକ କଲ୍ୟାଣ ଓ ଆର୍ଥିକ ବିକାଶ ଯୋଜନାରେ ସାମିଲ ହେଲେ ୧୫ ଶହରୁ ଉର୍ଦ୍ଧ ଚାଷୀ। ଇତି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଧାନମଣ୍ଡିରେ ଧାନ ବିକ୍ରୟ ନିମନ୍ତେ  ନାମ ପଞ୍ଜିକରଣ କରିଛନ୍ତି ୩୫ହଜାର ୪୯୮ ଚାଷୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ରବିବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା ସବସିଡି ସହିତ ସମୁଦାୟ ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି।

ମାଲକାନଗିରି ଜିଲ୍ଲା ସଦର ମହାକୁମା ମାଲ୍ୟବନ୍ତ ଛାତ୍ରବାସ ପରିସର ରେ  ଅନୁଷ୍ଠିତ ସଭାରେ ଭର୍ଚ୍ଚୁଆଲ  ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲା,ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ,ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଏମ. ଏମ. ପଟ୍ଟନାୟକ,ସାଂସଦ ଓ ବିଧାୟକ ପ୍ରତିନିଧି, ଙ୍କ ସହିତ ଅନ୍ୟା ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ଅବସର ରେ ଚାଷୀ ମାନଙ୍କୁ ଏଫକ୍ୟୁ ଧାନର ମାନ ନିର୍ଦ୍ଦାରଣ ମେସିନ ଦ୍ୱାରା ଡେମୋ ପ୍ରଦର୍ଶନ କରିଥିଲେ।

ଜିଲ୍ଲାରେ ଆସନ୍ତା ୧୬ତାରିଖ ଠାରୁ ଖରିଫ ଧାନ ମଣ୍ଡି ଆରମ୍ଭ ହେବାକୁ ଯାଉଛି। ଏହା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଳିବ। ପ୍ରଥମ ପର୍ଯ୍ୟୟରେ ଇତି ମଧ୍ୟରେ ଜିଲ୍ଲା ରେ ପ୍ରାୟ ୩୫ ହଜାର ୪୯୮ ଜଣ ଚାଷୀ ଖରିଫ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.