ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରାସ୍ତା କାମ ବେଳେ ୩ ଶ୍ରମିକଙ୍କୁ ଟ୍ରକ୍ ଚାପିଦେବା ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଣାଇ, ୧୯/୦୭ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ରାଜାମୁଣ୍ଡା ବାଇପାସ୍ ଛକରୁ କୋଇଡାକୁ ସଂଯୋଗ କରୁଥିବା ୫୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ରାସ୍ତା କାମ ବେଳେ ୩ ଶ୍ରମିକଙ୍କୁ ଚାପିଦେଲା ଟ୍ରକ୍। କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କରାଯାଇଛି। ଫଳରେ ଯାତାୟତ ପ୍ରଭାବିତ ହୋଇଛି।

ସୂଚନାନୁଯାୟୀ, ଗୁରୁବାର ରାତି ସମୟରେ ରାଜାମୁଣ୍ଡା ବାଇପାସ୍ ଗୋଲେଇ ଛକରୁ ମାତ୍ର ୧୦୦ ମିଟର ଦୂରରେ ଏକ ସ୍ଥାନରେ ରାସ୍ତା ଦବି ଯାଇଥିଲା। (ଆରକେଡି) ଅଧୀନରେ କାର୍ଯ୍ୟ କରୁଥିବା ସୁପରଭାଇଜର କିଛି ଶ୍ରମିକଙ୍କୁ ନେଇ ଦବି ଯାଇଥିବା ରାସ୍ତାର ମରାମତି କାମ କରୁଥିଲେ। ସୁରକ୍ଷା ପାଇଁ କୈାଣସି ବ୍ୟାରିକେଡ ଦେଇ ନଥିବା ବେଳେ କେବଳ ନାମକୁ ମାତ୍ର ଷ୍ଟପ ଲେଖା ଯାଇଥିଲା। ରାତି ସମୟରେ କାମ ଚାଲୁଥିବା ବେଳେ ଏକ ହାଇୱା ଦ୍ରୁତ ଗତିରେ ଆସି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଏହା ସହିତ ପାଖରେ ଥିବା ଏକ ବୋଲେରୋୃକୁ ମଧ୍ୟ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ପାଞ୍ଚ ଜଣ ଶ୍ରମିକ ଗୁରୁତର ଆହତଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ପଠାଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.