ଖୋର୍ଦ୍ଧା,୭।୫ : ଏଟିଏମରୁ ସୁଯୋଗ ଦେଖି ଲୋକଙ୍କ କାର୍ଡ ଚୋରି କରି ଲୁଟ୍ କରିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୧ଟି କାର୍ଡ ସହ ଲକ୍ଷାଧିକ ଟଙ୍କା ପୋଲିସ ଜବତ କରିଛି। ସେହିପରି ବାଲୁଗାଁରେ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ସୋ ରୁମ୍ ରୁ ଚୋରି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ବିଭିନ୍ନ ସମୟରେ ଲୋକମାନେ ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ଏହାର ସୁଯୋଗ ଉଠାଇଥାନ୍ତି। ବିଭିନ୍ନ ଏଟିଏମ କାଉଣ୍ଟରରେ ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଟଙ୍କା ଲୁଟ କରିଥାନ୍ତି । ଗତ ତିନିମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାର ଜଂକିଆ, ନାଚୁଣୀ, ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହୋଇ ଆସୁଥିଲା। ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇ ତାଙ୍କ ଠାରୁ ୫୧ଟି ଏଟିଏମ୍ କାର୍ଡ ଜବତ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି ।
ଅନ୍ୟ ଏକ ଘଟଣାରେ ବାଲୁଗାଁରେ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ସୋ ରୁମ୍ ରୁ ଗତ ୨ତାରିଖ ରାତିରେ ଚୋରି ହୋଇଥିବା ୫କିଲୋ ରୂପା ସାମଗ୍ରୀ ୨୦୦ଗ୍ରାମ ସୁନା ଅଳଙ୍କାରଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି ବୋଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।