ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମହିଳାକୈନ୍ଦ୍ରିକ ଯୋଜନା ଲାଗି ୩ ଲକ୍ଷ କୋଟି, ଶ୍ରମଶକ୍ତିରେ ବଢ଼ିବ ମହିଳାଙ୍କ ଯୋଗଦାନ

ନୂଆଦିଲ୍ଲୀ, ୨୪/୦୭ : ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌ରେ ମହିଳାଙ୍କୁ ମିଳିଛି ସ୍ୱତନ୍ତ୍ର ପ୍ରାଥମିକତା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ବିକାଶ ସହ ଜଡି଼ତ ଯୋଜନା ଲାଗି ୩ ଲକ୍ଷ କୋଟିରୁ ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି । ଏହି ପଦକ୍ଷେପ ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ବଢ଼ାଇବ । ଏହା ସରକାରଙ୍କ ପ୍ରତିବଦ୍ଧତାର ସଙ୍କେତ ବୋଲି ସେ କହିଛନ୍ତି । ନିଜ ବଜେଟ୍‌ ଅଭିଭାଷଣରେ ସୀତାରମଣ ୧୩ ଥର ‘ମହିଳା’ ଶବ୍ଦ ଉଚ୍ଚାରଣ କରିଥିଲେ । ଅର୍ଥମନ୍ତ୍ରୀ ଅନେକପ୍ରକାର ମହିଳା କୈନ୍ଦ୍ରିକ ଯୋଜନା ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ସେ ଅନୁସାରେ ମହିଳାଙ୍କୁ ଦକ୍ଷତା ତାଲିମ ପ୍ରଦାନର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି । 

ବର୍ତ୍ତମାନ ସମୟରେ ବହୁ ମହିଳା ଉପଯୁକ୍ତ ଦକ୍ଷତା ଅଭାବରୁ ନିଜର ପସନ୍ଦ ଅନୁସାରେ ଚାକିରି ପାଉନାହାନ୍ତି । ଯେଉଁମାନେ ଚାକିରି ପାଉଛନ୍ତି ସେମାନଙ୍କୁ ମନ ମୁତାବକ ଦରମା ମିଳୁନାହିଁ । ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏଥରକ ଅନେକ ସଂଖ୍ୟାରେ ମହିଳାଙ୍କୁ ଦକ୍ଷତା ବିକାଶ ତାଲିମ ଦେବାକୁ ଘୋଷଣା କରିଛନ୍ତି । ଯେପରିକି ସେମାନେ ଦେଶର ଅର୍ଥବ୍ୟବସ୍ଥାକୁ ବିକଶିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ । ବଜେଟ୍‌ରେ କର୍ମଜୀବି ମହିଳାଙ୍କ ସୁବିଧା ଉପରେ ମଧ୍ୟରେ ଦୃଷ୍ଟି ଦିଆଯାଇଛି । କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଘୋଷିତ ହୋଇଛି । 

ସାରା ଦେଶରେ କର୍ମଜୀବି ମହିଳାଙ୍କ ସହାୟତା ଲାଗି ସରକାର ୱାର୍କିଂ ୱିମେନ୍ସ ହଷ୍ଟେଲ ବା ଛାତ୍ରାବାସ ଚଳାଇଥାନ୍ତି । ସେହି ଛାତ୍ରାବାସର ସଂଖ୍ୟା ବଢ଼ାଯିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେ ଅନୁସାରେ, ଶିଳ୍ପସଂସ୍ଥା ସହିତ ମିଶି କର୍ମଜୀବି ମହିଳାମାନଙ୍କ ଲାଗି ହଷ୍ଟେଲ ନିର୍ମାଣ କରାଯିବ । କର୍ମଜୀବିମାନଙ୍କୁ ଚାକିରି ସମୟରେ କୌଣସି ପ୍ରକାର ସମସ୍ୟା ନ ହେବା ଲାଗି କେନ୍ଦ୍ର ସରକାର କାର୍ଯ୍ୟସ୍ଥଳରେ ଛୋଟ ପିଲାଙ୍କ ଦେଖାଶୁଣା ଲାଗି କ୍ରେଚ୍‌(ଶିଶୁ ଗୃହ) ତିଆରି କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ସାଧାରଣତଃ ଛୋଟ ପିଲାଙ୍କ ଲାଗି ମହିଳାମାନେ ଅନେକ ସମୟରେ ଚାକିରି ଛାଡ଼ି ଦେଇଥାନ୍ତି । ତାକୁ ଧ୍ୟାନରେ ରଖି ଏହି ଘୋଷଣା କରାଯାଇଛି । ଅନ୍ୟପଟେ ମହିଳାଙ୍କ ନାମରେ ସମ୍ପତ୍ତି କିଣିବାବେଳେ ରେଜିଷ୍ଟ୍ରି ସମୟରେ ଲାଗିବାକୁ ଥିବା ଷ୍ଟାମ୍ପ ଡ୍ୟୁଟିରେ ଆଶ୍ୱସ୍ତି ଦେବାକୁ ଘୋଷଣା କରିଛନ୍ତି ସରକାର । ଏହାଦ୍ୱାରା ଗରିବ ମହିଳା ଘର କିଣିବା ସମୟରେ ଷ୍ଟାମ୍ପ ଡ୍ୟୁଟିରେ ରିହାତି ପାଇବେ । ଏହାଛଡ଼ା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେପରି ସହଜରେ ବଜାର ଯାଏ ପହଞ୍ଚିପାରିବେ ତାକୁ ପ୍ରୋତ୍ସାହିତ କରାଯିବ ।

  • prameyanews
  • PrameyaOdia
  • prameya
  • Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.