ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଯୌତୁକ ପାଇଁ ନବବଧୂ ହତ୍ୟା ମାମଲା : ସ୍ବାମୀ,ଶଶୁର,ଦେଢସୁର ଗିରଫ

Published By : Prameya | March 26, 2025 8:00 PM

କୋଣାର୍କ,୨୬।୩(ଆପ୍ର) ; ରାମଚଣ୍ଡୀ ଥାନା ଅର୍ନ୍ତଗତ ଭୁଆଁ ଗ୍ରାମରେ ନବ ବଧୂ ହତ୍ୟା ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସ୍ଵାମୀ ହେମନ୍ତ କୁମାର ସେଠୀ,ଶ୍ବଶୁର ଅନନ୍ତ ସେଠୀ , ଦେଢ଼ଶୁର ସୁମନ୍ତ କୁମାର ସେଠୀଙ୍କୁ ରାମଚଣ୍ଡୀ ପୁଲିସ ଗିରଫ କରି କୋଣାର୍କ କୋର୍ଟ ଚାଲାଣ କରିଛି । 

ସତ୍ୟବାଦୀ ଥାନା ଅଧିନସ୍ଥ ନଡାଖଣ୍ଡ ଗ୍ରାମର ସନାତନ ସେଠୀଙ୍କ ଝିଅ ସୁଭଦ୍ରା ସେଠୀ (୨୩) ଗତ ୨୦୨୪ ଜୁଲାଇ ୧୪ ତାରିଖରେ ବୈଦିକ ରୀତିରେ ରାମଚଣ୍ଡୀ ଥାନା ଅଧିନସ୍ଥ ଭୂଆଁ ଗ୍ରାମର ସୁବାସ ସେଠୀଙ୍କ ପୁଅ ହେମନ୍ତ କୁମାର ସେଠୀ (୨୮) ଙ୍କୁ ବିବାହ କରିଥିଲେ। ବିବାହ ସମୟରେ ମୃତ ସୁଭଦ୍ରାଙ୍କ ପରିବାର ପକ୍ଷରୁ ଯୌତୁକ ବାବଦରେ ନଗଦ ଏକଲକ୍ଷ ଟଙ୍କା, ଡ୍ରେସ ବାବଦରେ ୨୦ ହଜାର ଟଙ୍କା ସହ ସୁନା ରୂପା ଗହଣା, ଆସବାବପତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ହେମନ୍ତ କୁମାର ସେଠୀଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା। ବିବାହର କିଛି ମାସ ପରେ ମୃତ ସୁଭଦ୍ରାଙ୍କ ସ୍ବାମୀ, ଶାଶୁ, ଶଶୁର ଓ ଦେଢଶୁର ଏକ ବୁଲେଟ ଗାଡି ସହିତ ନଗଦ ୫୦ ହଜାର ଟଙ୍କା ଯୌତୁକ ଦାବି କରିଥିଲେ। ଏହି ଘଟଣା ସମ୍ପର୍କରେ ମୃତ ସୁଭଦ୍ରା ନିଜ ବାପାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଅଧିକ ଯୌତୁକ ଦାବୀ କରି ନବବଧୂକୁ ଶାଶୁଘର ଲୋକେ ମିଶି ହତ୍ଯା କରିଥିଲେ।  ଗତ ୬ ତାରିଖରେ ମୃତ ବଧୂର ବାପା ରାମଚଣ୍ଡୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ରାମଚଣ୍ଡୀ ଥାନା ପୋଲିସ ପକ୍ଷରୁ ୧୭/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.