ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ବାଦପଲ୍ଲୀରେ ଥିବା ମଦ ଭାଟିରେ ପୁଲିସର ଚଢାଉ , ୨୦ଗିରଫ ମଧ୍ୟରେ ୧୨ମହିଳା ଓ ୮ ପୁରୁଷ

Published By : Prameya | December 13, 2024 7:24 PM

ଖଲ୍ଲିକୋଟ : ବାଦପଲ୍ଲୀରେ ପୁଲିସର ଚଢାଉ ବେଳେ ୨୦ଜଣ ଆଦିବାସୀଙ୍କୁ ଗିରଫ କରିଛି ପୁଲିସ। ଏ ସମ୍ପର୍କରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ୨୦ଜଣଙ୍କ ଗିରଫଙ୍କ ମଧ୍ୟରେ ୧୨ଜଣ ମହିଳା ଥିବା ବେଳେ ୮ ଜଣ ପୁରୁଷ ଥିବା ଏସପି କହିଛନ୍ତି। ଆଜି ବାଦପଲ୍ଲୀ ମଦ ଭାଟି ଭଙ୍ଗା ଅଭିଯାନ ଭୋର ୫ଟାରେ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟାରେ ଶେଷ ହୋଇଥିଲା। ପ୍ରାୟ ୬ଘଣ୍ଟା ଧରି ଏହି ଅଭିଯାନ ଚାଲି ଥିଲା।   

ସୂଚନା ଅନୁସାରେ, ଦୀର୍ଘ ବର୍ଷ ଧରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ଓ ଡ଼ିମିରିଆ ପଞ୍ଚାୟତରେ ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ସାରା ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିଲା। ଏହାକୁ ବନ୍ଦ କରିବା ପାଇଁ ସବୁବେଳେ ଦାବି ହୋଇ ଆସୁଥିଲା। ଏହା ପୂର୍ବରୁ କେତେଥର ଅବକାରୀ ବିଭାଗ ଚଢ଼ାଉ କରିଥିଲେ ମଧ୍ୟ ଆଦିବାସୀଙ୍କ ପ୍ରବଳ ବିରୋଧ ଓ ପ୍ରତି ଆକ୍ରମଣ ଯୋଗୁଁ ସଫଳ ହୋଇ ପାରୁ ନଥିଲେ। ତେବେ ଚଳିତ ଥର ଅବକାରୀ ବିଭାଗକୁ କୌଣସି ସୂଚନା ନଦେଇ ପୁଲିସ ପ୍ରଶାସନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଥିଲେ। 

ଯୋଜନା ଅନୁଯାୟୀ ଆଜି ବହୁ ମାତ୍ରାରେ ପୁଲିସ ବାଦପଲ୍ଲୀ ପଞ୍ଚାୟତରେ ପଶି ପ୍ରାୟ ୮୪ଟି ମଦ ଭାଟି ଭାଙ୍ଗିଥିଲେ, ୨ ଲକ୍ଷ ଲିଟର ମହୁଆ ପୋଚ ଓ ପୋଚ ଗଚ୍ଛିତ କରି ରଖୁଥିବା ୮୦୦ ପ୍ଳାଷ୍ଟିକ୍‌ ଡ୍ରମ୍‌ ନଷ୍ଟ କରିଥିଲେ , ୧୩୫ଟି ମଦ ରନ୍ଧା ରସ ଡେକଚି ସହ ୪୦୨ଟି ପ୍ଳାଷ୍ଟିକ୍‌ ଡ୍ରମ୍, ୧୩ବସ୍ତା ମହୁଲ, ୩୫୦୦ ଲିଟର ଦେଶୀ ମଦ ଓ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ବାଇକ, ୫ଟି ଟୁଲୁ ପମ୍ପ ଜବତ କରିଥିଲେ। ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଖଲ୍ଲିକୋଟ ଥାନାରେ ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ପ୍ରଦାନ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.