ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ରାଲି ପାଇଁ ଭୁବନେଶ୍ୱର ବାହାରିଥିଲେ, ଟ୍ରେନ୍ ଧକ୍କାରେ ଚାଲିଗଲା ୨ ମହିଳାଙ୍କ ଜୀବନ

Published By : Harapriya Sethi | December 15, 2024 12:43 PM

ଗଞ୍ଜାମ,୧୫/୧୨: ପାଚିକା ସହାୟିକାଙ୍କ ରାଲି ନିମନ୍ତେ ଭୁବନେଶ୍ୱର ଯିବା ପାଇଁ ବାହାରିଥିଲେ ଦୁଇ ମହିଳା । ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ । ମୃତକ ପିତାତଳୀ ଜଗନ୍ନାଥପୁର ଗାଁର ପାର୍ବତୀ ଗୌଡ଼ (୫୯) ଓ ଝୁନୁ ଗୌଡ (୬୨) ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ସୁରଳ ଷ୍ଟେସନ୍ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଭୁବନେଶ୍ୱର ପାଚିକା ସଂଘ ଆନ୍ଦୋଳନକୁ ଯାଉଥିବା ବେଳେ ଦୁର୍ଘଟଣା। ସୁରଳ ରେଳ ଷ୍ଟେସନ ରେଳ ଧାରଣା ପାର ହେଉଥିବା ବେଳେ ସକାଳ ୫ଟା ୪୧ମିନଟ ସମୟରେ ପାଲାସା କଟକ ମେମୁ ଟ୍ରେନ୍‌ଟି ଆସି ଯାଇଥିଲା। ଷ୍ଟେସନ୍ ଶେଷକୁ ଦୁହେଁ ପ୍ଲାଟ୍ ଫର୍ମ ଶେଷ ଆଡ଼କୁ ଚଢ଼ୁଥିବା ବେଳେ ପ୍ଲାଟ୍ ଫାର୍ମ ଉଚ୍ଚା ହେତୁ ଉଭୟେ ଉପରକୁ ଉଠି ପାରିନଥିଲେ। ଏହି ସମୟରେ ଟ୍ରେନଟି ଧକ୍କା ଦେଇଥିଲା। ଫଳରେ ଉଭୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ଏହା ଦେଖି୍ ଘଟଣା ସ୍ଥଳରେ ପରିବାର ଓ ଗ୍ରାମର କିଛି ଲୋକ ପହଞ୍ଚି ରେଳବାଇ ପୋଲିସ ସହଯୋଗରେ ଶବ ଉଦ୍ଧାର କରିଛନ୍ତି । ଏନେଇ ରେଳବାଇ ଥାନାରେ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣା ପରେ ସାରା ଚିକିଟି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।




  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.