ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ, ପୋଡ଼ିଗଲା ୬ ଏକର ଜମିର ଧାନ

Published By : Harapriya Sethi | December 16, 2024 10:34 AM

ଆସିକା,୧୬/୧୨: କୁଶରାବ ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୪ ଚାଷୀଙ୍କ ୬ ଏକର ଜମିର ଧାନ । ଗାଁର ବିଶ୍ୱନାଥ ସାହୁ, ଶ୍ରୀନିବାସ ଗୌଡ଼, କାହ୍ନୁ ଗୌଡ଼ ଓ ଘନ ଗୌଡ଼ଙ୍କ ଜମିର ଅମଳ ଧାନଗଦା ସମ୍ପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇ ଯାଇଛି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ କୁଶରାବ ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କୁଶରାବ ଗାଁର ବିଶ୍ୱନାଥ ସାହୁ, ଶ୍ରୀନିବାସ ଗୌଡ଼, କାହ୍ନୁ ଗୌଡ଼ ଓ ଘନ ଗୌଡ଼ଙ୍କ ଜମିର ଅମଳ ଧାନକୁ ଗଦା କରି ରଖିଥିଲେ । ହେଲେ ରବିବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେବାରୁ ମୋଟ ୫ଟି ଗଦାର ଧାନ ପୋଡି ପାଉଁଶ ହୋଇ ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।  ଖବର ପାଇ ଘଟଣା ସ୍ଥଳରେ ଉଭୟ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିଲେ ମଧ୍ୟ ଧାନଗଦା ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇ ଯାଇଛି । ବର୍ଷକର ଶ୍ରମ ଅର୍ଜିତ ଧାନ ଘରକୁ ଆମଳ କରିବା ପୂର୍ବରୁ ଏପରି ଅଗ୍ନିକାଣ୍ଡ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ କ୍ଷତି ପୁରଣ ପାଇଁ ଦାବି ହୋଇଛି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.