ପ୍ରମୂଖ ଖବର
  • କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ
  • ||
  • ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା
  • ||
  • ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ଭୁବନେଶ୍ୱର : ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ପଥୋତ୍ସବ ବାତିଲ୍‌, ବିଏମ୍‌ସି ବୈଠକରେ ନୀରବ ପ୍ରାର୍ଥନା
  • ||
  • ଉଦଳା : ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୪ ମହିଳା ଗିରଫ
  • ||
  • ଉଦଳା : ୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ

Published By : Harapriya Sethi | December 27, 2024 7:31 AM

ଛତ୍ରପୁର, ୨୭/୧୨: ଅଦିନିଆ ବର୍ଷା ପାଇଁ ସବୁଠୁ ଅଧିକ କ୍ଷତି ସହୁଛି ଚାଷୀ । ଦୁଇ ଥର ଲଗାଣ ବର୍ଷାରେ ଚାଷୀର ତାର ବର୍ଷକର ଅମଳ ଧାନ ଫସଲ ପାଣି ଜମି ନଷ୍ଟ ହେଉଥିବା ବେଳେ ଆଜି ପାଗରେ ପରିବର୍ତ୍ତନ ଆସିଛି । ଶୁକ୍ରବାର ଖରା ହେବା ପରେ ଚାଷୀ ଖଳାରେ ରଖିଥିବା ଧାନକୁ ଅମଳ କରୁଛି । ତେବେ ସବୁ ଧାନ ଏବେ ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି । 

ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ଏହି ଦୃଶ୍ୟ ଦେଖିବାକୁ ମିଳୁଛି । ଗଜା ଧାନକୁ ଚାଷୀ ତରବରିଆ ଭାବେ ଅମଳ କରିଦେଉଛି । ଯଦି ଅମଳ କରିବ ନାହିଁ ସବୁ ଧାନ ଜଗା ହୋଇ ନଷ୍ଟ ହୋଇଯିବ । ସେହିପରି କିଛି ଚାଷୀ ଧାନକୁ ଖରାରେ ଶୁଖାଉଥିବା ଦେଖିବାକୁ ମିଳିଛି । ଚାଷୀ କହିବା ମୁତାବକ ବର୍ଷା ଆବଶ୍ୟକୀୟ ସମୟରେ ହେଉନଥିଲା । ଅମଳ ବେଳେ ହେଲା ଏବେ ସବୁ ଧାନ ଗଜା ହୋଇଗଲା । ସରକାର ସମସ୍ତ ଧାନ ମଣ୍ଡିକୁ ନେବା ପାଇଁ ସେନେଇ ଦାବି କରିଛନ୍ତି । ଛତ୍ରପୁର ବ୍ଲକରେ ଚଳିତ ବର୍ଷ ୬୬୧୩ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଏହି ଦୁଇ ଥର ଲଗାଣ ବର୍ଷା ସେମାନଙ୍କୁ ମେରୁଦଣ୍ଡ ଭାଙ୍ଗିଯିବା ସହ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯାଇଛି । ଚାଷୀ ତାର ଫସଲ ପାଇଁ ଧାର କରଜ କରି ସୁନାର ଫସଲ କରିଥିଲା । ରୁଆ ସମୟରେ ବର୍ଷ ହେଉନଥିବା ବେଳେ ଏବେ ଅମଳ ବେଳେ ବର୍ଷା ଲାଗି ରହୁଛି । ଯାହାଫଳରେ ବର୍ଷକର ଅମଳ ଏବେ ନଷ୍ଟ ହୋଇଗଲା ବୋଲି ଚାଷୀ କହିବା ସହ ମଣ୍ଡିକୁ ନେବା ପାଇଁ ଆଉ ଧାନ ନଥିବ ବୋଲି କହିଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.