ଖଲ୍ଲିକୋଟ, ୨୩/୧୨: ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ କାଳୀ ମନ୍ଦିରରୁ ଚୋରି । ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ପୂଜାରୀ ମନ୍ଦିରରେ ତାଲା ଦେଇ ଘରକୁ ଯାଇଥିଲେ । ସୋମବାର ସକାଳୁ ମନ୍ଦିରକୁ ପୂଜା କରିବା ପାଇଁ ଆସି ମନ୍ଦିରର ମୁଖ୍ୟ ଫାଟକ ଖୋଲା ଥିବା ଦେଖିଥିଲେ । ଭିତରକୁ ଯାଇ ମନ୍ଦିରର ହୁଣ୍ଡି ଭଙ୍ଗା ହୋଇଥିବା ଦେଖିଥିଲେ । ଏହା ଦେଖି ହୁଣ୍ଡିରୁ ଲୁଟ୍ ହୋଇଥିବା ଜାଣିପାରିଥିଲେ । ଏହା ଦେଖି ତୁରନ୍ତ ପୋଲିସ ଏବଂ ମନ୍ଦିରର ଅନ୍ୟ ପୂଜାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ପୋଲିସ ।