ବ୍ରହ୍ମପୁର,୨୨।୧୨ : ଜାନୁୟାରୀ ୩ ତାରିଖରେ ଗଞ୍ଜାମ ଜିଲ୍ଲାରେ ଖୋଲିବ ମଣ୍ଡି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ୨୩ ତାରିଖରେ ଧାନ ମଣ୍ଡି ଖୋଲିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା। ଚାଷୀଙ୍କ ହିତ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ୨୩ ତାରିଖରେ ମଣ୍ଡି ଖୋଲିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଲଗାଣ ବର୍ଷାରେ ଧାନ ଫସଲ ପ୍ରଭାବିତ ହୋଇଥିବା ବେଳେ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ବେଳେ ଫସଲ ପ୍ରଭାବିତ ହୋଇଥିବା ମନ୍ତ୍ରୀ ଅନୁଭବ କରିଥିଲେ।