ପଟ୍ଟାମୁଣ୍ଡାଇ, ୧୮।୮: ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକରେ ଦୋଷିଆ ପଞ୍ଚାୟତରେ । ବାସୁଦେବପୁର ଗାଁର ବିଜୟ ମଳିକ ଓ ପଟ୍ଟାମୁଣ୍ଡାଇ ବ୍ଲକ୍ ଗରା ଗ୍ରାମର ବାବାଜୀ ପ୍ରଧାନ ବିଲରେ କାମ କରୁଥିଲେ । ହଠାତ୍ ବଜ୍ରପାତର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ପରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଜଣଙ୍କ ଅକାଳ ବିୟୋଗକୁ ନେଇ ମେଡିକାଲ ପରିସରରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି ।
ଶିବସେନା ନେତାଙ୍କ ବିବାଦୀୟ ବୟାନ, କହିଲେ ‘ଯିଏ ରାହୁଲ...