ଢେଙ୍କାନାଳ, ୯।୧୦ : ଢେଙ୍କାନାଳ ସହର ମହିଷାପାଟ ଛକ ନିକଟରେ ନିର୍ମାଣଧୀନ ହୋଟେଲର ଛାତ ଭୁଶୁଡି ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ସୁଧାଂଶୁ ରାଉତ। ଗୁରୁତର ଦୁଇଜଣ ହେଲେ କୈଳାଶ ଚନ୍ଦ୍ର ରାଉତ ଓ ସମରେନ୍ଦ୍ର ରାଉତ । ସମସ୍ତଙ୍କ ଘର ସଦର ଥାନା ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମରେ। ଏଥିସହ ସେଣ୍ଟ୍ରିଂ ତଳେ ଚାପି ହୋଇ ଆଉ କିଛି ଶ୍ରମିକ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସହରର ମହିଷାପାଟ ଛକ ନିକଟରେ ଏକ ନିର୍ମାଣଧୀନ ହୋଟେଲର ତୃତୀୟ ମହଲା ପାଇଁ ପଡୁଥିଲା ଛାତ। ସେଟ୍ରିଙ୍ଗ ଭାଙ୍ଗି ଯିବାରୁ ନିର୍ମାଣ ଧୀନ ଛାତ ଭୁଶୁଡି ପଡିଥିଲା । ଏହା ତଳେ ଚାପି ହୋଇ ଶ୍ରମିକ ରହିଯାଇଥିଲା। ସ୍ଥାନୀୟ ଲୋକ ଓ ଏନଡିଆରଏଫ ଟିମ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ସେଣ୍ଟ୍ରିଂ ତଳେ ଚାପି ହୋଇ ରହିଥିବା ଖୁଣ୍ଟୁଝରି ଗ୍ରାମର ସୁଧାଂଶୁ ରାଉତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସେହିପରି କୈଳାଶ ଚନ୍ଦ୍ର ରାଉତ ଓ ସମରେନ୍ଦ୍ର ରାଉତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୈଳାସଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାସ୍ଥଳରେ ଏନଡିଆରଏଫ ଟିମ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।