ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅନୁସୂଚିତ ଜାତି ଓ ଜନଜାତିର ବିକାଶ ପ୍ରତି ଗୁରୁତ୍ବ : ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨ ଶହ କୋଟି

ଭୁବନେଶ୍ବର, ୮।୨ : ବିଧାନସଭାରେ ୨୦୨୪-୨୫  ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ  ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଉପସ୍ଥାପନ କରିଛନ୍ତି। ଏଥିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ବିକାଶ ପ୍ରତି ଗୁରୁତ୍ବ ଦିଆଯାଇଛି।  ୨୦୨୪-୨୫ ଆର୍ଥିକ ବର୍ଷରେ ୧୪ ଲକ୍ଷ ୮୬ ହଜାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ହିତାଧିକାରୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ଏକ ହଜାର ୪ ଶହ ୪୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।  ସେହିପରି ଅନ୍ବେଷା କାର୍ଯ୍ୟକ୍ରମରେ ୧୩୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଆକାଂକ୍ଷା ଅଧୀନରେ  ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ମାଗଣାରେ ରହିବା ଓ ଖାଇବା ପାଇଁ ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲାରେ ୮ଟି ଅର୍ବାନ ହଷ୍ଟେଲ କମ୍ପେ୍ଲକସ ନିର୍ମାଣ କରାଯାଇଛି।

ସେହିପରି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧୀନରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ପାଇଁ ୨୨୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ୨ ଶହ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।  ଜୀବିକା ସୁଯୋଗରେ ଉନ୍ନତି ଆଣିବା, ଆୟ ସୃଷ୍ଟିକାରୀ କ୍ଷୁଦ୍ର ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଏବଂ ପିଭିଟିଜି ସମୁଦାୟମାନଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ଉପଲବ୍ଧ କରାଇବା ପାଇଁ ଓପିଇଏଲଆଇପି କାର୍ଯ୍ୟକ୍ରମ ଅଧୀନରେ ୯୦ କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବ ରହିଛି।

ଆହରି ପଢନ୍ତୁ : ଓଡ଼ିଶା ଅନ୍ତରୀଣ ବଜେଟ : ଗ୍ରାମ ଓ ସହର ମଧ୍ୟରେ ବ୍ୟବଧାନ ଦୂର କରିବାକୁ ଗୁରୁତ୍ବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.