ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଟ୍ରକ ଡ୍ରାଇଭରକୁ ଆକ୍ରମଣ ଓ ଲୁଟ୍ ଘଟଣା; ୨ ହାଇୱେ ଲୁଟେରା ଗିରଫ

ବଡବିଲ,୨୬।୬  ଯୋଡା ଥାନା ବାଂଶପାଣି ଠାରେ ଟ୍ରକ୍ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରି ଲୁଟ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଯୋଡ଼ା ପୋଲିସ୍। ସେମାନଙ୍କ ଠାରୁ କିଛି ଟଙ୍କା, ଘଟଣାରେ ବ୍ୟବହୃତ ଛୁରୀ ଓ ଲୁହା ରଡକୁ ପୋଲିସ୍ ଜବତ୍ କରିଛି । 

 ଗତ ଶୁକ୍ରବାର ମଧ୍ୟ ରାତ୍ରୀରେ ଟ୍ରକ୍ ଡ୍ରାଇଭର ଏମଡି ଏଜାଜ ଆନସାରୀ ବାଂଶପାଣି ସାଇଡିଂରେ ଲୁହାପଥର ଅନଲୋଡ୍ କରିସାରିବା ପରେ  ରାସ୍ତା କଡ଼ରେ ଗାଡ଼ି ରଖି ବିଶ୍ରାମ ନେଉଥିଲେ । ଏହି ସମୟରେ ୪/୫ ଜଣ ଦୃବୃର୍ତ୍ତ ହାତରେ ଭୁଜାଲୀ, କାଠ ଫାଳିଆ ଓ ଲୁହା ରଡ୍ ଆଦି ମାରଣାସ୍ତ୍ର ଧରି ଗାଡ଼ି ଭିତରକୁ ପଶି ଲୁଟ ଉଦ୍ୟମ କରିଥିଲେ । ତେବେ ଡ୍ରାଇଭର ଏଜାଜ ଆନସାରୀ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଡ୍ରାଇଭରଙ୍କ ମୁଣ୍ଡ ଓ କାନମୁଳରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା । ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଯୋଡା ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଯୋଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଘଟଣାର ଛାନଭିନ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବଡବିଲ ଏସ ଡି ପି ଓ କହିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଯୋଡା ବାଂଶପାଣି ଅଞ୍ଚଳର ପଙ୍କଜ ଗୁପ୍ତା ଏବଂ ରଘୁ ପୋତାଲ । ପଙ୍କଜ ନାଁ ରେ ପୂର୍ବରୁ ଯୋଡ଼ା ଏବଂ ବଡ଼ବିଲ ଥାନାରେ ଅପରାଧିକ ମାମଲା ରହିଛି । 

ଆହୁରି ପଢନ୍ତୁ : ଗଛତଳେ ନେଇଥିଲେ ଆଶ୍ରୟ : ବଜ୍ରପାତରେ ଚାଲିଗଲା ୩ ଜୀବନ, ୨ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.