ସମ୍ବଲପୁର, ୧୩।୯ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି। ଏନେଇ ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି | ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୮.୧୦ ଫୁଟରେ ପହଂଚିଥିବାବେଳେ ଆଗକୁ ୩ ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି | ସେହିପରି ପ୍ରତି ସେକେଣ୍ଡରେ ୪୭୪୬୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି | ସେହି ଅନୁପାତରେ ୩୪୭୬୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି | ଫଳରେ ଆଗକୁ ବର୍ଷାକୁ ଆଖି ଆଗରେ ରଖି ଡ୍ୟାମରେ ଫ୍ଲଡ ସ୍ପେସ ରଖିବାକୁ ଏହି ଗେଟ୍ ଖୋଲାଯିବ ବୋଲି ଜଣାପଡିଛି ।
ଆହୁରି ପଢନ୍ତୁ : ଲଗାଣ ବର୍ଷାରେ ଭୁଶୁଡିଲା ଘର , ଟାଇଲ ଛପର ତଳେ ଚାପି ହୋଇ ଦମ୍ପତି ଆହତ