ପ୍ରମୂଖ ଖବର
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର

Published By : Harapriya Sethi | August 11, 2025 10:05 AM

ରାଇରଙ୍ଗପୁର, ୧୧/୦୮: ରାକ୍ଷୀ ବନ୍ଧୁ ମିଳନ ସାରି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ବିଶୋଇ ଥାନା ଦେଉପଟା ଗ୍ରାମର ଶ୍ରୀ ହରି ସୋରେନଙ୍କ ପୁତ୍ର ଶୈଲେନ୍ଦର ସୋରେନ (୩୫ ବର୍ଷ) ଓ ବାଙ୍ଗିରିପୋଷି ଥାନା ଦୋଷୀସୋଳ ଗାଁର ନିମାଇଁ ମାର୍ଣ୍ଡି ପୁତ୍ର କୃଷ୍ଣ ଚନ୍ଦ୍ର ମାର୍ଣ୍ଡି (୧୭ବର୍ଷ) ଏବଂ ଆହତ ୨ଜଣ ଖେଲା ମାର୍ଣ୍ଡି ଓ ଶିବ ଶଙ୍କର ଟୁଡୁ ବୋଲି ଜଣା ପଡିଛି।

ସୂଚନା ମୁତାବକ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଂକବଳ ନଦୀ ବନ୍ଧଠାରେ ଅନୁଷ୍ଠିତ ରାକ୍ଷୀ ବନ୍ଧୁ ମିଳନ ସାରି ବିଳମ୍ବିତ ରାତ୍ରରେ ଘରକୁ ଫେରୁଥିଲେ । ଏହି ସମୟରେ ରାଇରଙ୍ଗପୁର ବିଶୋଇ ରାଜ୍ୟ ରାଜପଥ ଲୋହାବାଳିଆ ଠାରେ ଉଭୟ ପଟରୁ ଆସୁଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ୨ଜଣ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.