ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଅଗଷ୍ଟ ୨୨ରେ ବାଲେଶ୍ୱରରେ 'ନାରୀ ନ୍ୟାୟ' ଯାତ୍ରା; ମହିଳାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ କରିବ ପଦଯାତ୍ରା

Published By : Harapriya Sethi | August 13, 2025 12:53 PM

ବାଲେଶ୍ୱର, ୧୩/୦୮: ବିଗତ ଦିନରେ ଏଫଏମ ଛାତ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ସ୍ବର ଉଠାଇବ କଂଗ୍ରେସ । ବାଲେଶ୍ବରରେ ପିସିସି ପକ୍ଷରୁ 'ନାରୀ ନ୍ୟାୟ' ପଦଯାତ୍ରା ହେବ । ଏହି ପଦଯାତ୍ରା ଆସନ୍ତା ୧୪ ତାରିଖରେ ହେବାର ଥିଲା ମାତ୍ର ଏହି କାର୍ଯ୍ୟକ୍ରମକୁ ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଞ୍ଚେଇ ଦିଆଯାଇଛି । ସେଦିନ ପୂର୍ବାହ୍ଣ ୯ଟାରୁ ବାଲେଶ୍ୱର ସିନେମାହଲ୍‌ ଛକ ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ପାଖରୁ ପିସିସି ସଭାପତି ଭକ୍ତ ଚରଣ ଦାସ, ଅନ୍ୟାନ୍ୟ କଂଗ୍ରେସ ନେତୃବୃନ୍ଦ ଓ ସହସ୍ର ସଂଖ୍ୟାରେ ଦଳୀୟ ତଥା ସାମାଜିକ କର୍ମୀ ଓ ମାନବବାଦୀ ସଂଗଠନର ସଭ୍ୟସଭ୍ୟାମାନେ ଏକ ପଦଯାତ୍ରାରେ ବାହାରିବେ । ଉକ୍ତ ଶୋଭାଯାତ୍ରା ଫକୀରମୋହନ କଲେଜ, ଆଜିମାବାଦ ଓ ଷ୍ଟେସନ ଛକ ଦେଇ ଗାନ୍ଧି ସ୍ମୃତି ଭବନ ପ୍ରାଙ୍ଗଣରେ ପହଞ୍ଚିବ। ସେଠାରେ ଏକ ସାଧାରଣ ସଭାରେ ସଭାପତି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଦଳର ନେତୃବୃନ୍ଦ ଉଦ୍‌ବୋଧନ ଦେବେ।

ସୂଚନାଯୋଗ୍ୟ, ରାଜ୍ୟରେ ନାରୀ ନିର୍ଯାତନା ବଢୁଥିବାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ଘଟଣାରେ ଗଣଧାରଣା, ବିକ୍ଷୋଭ, ଘେରାଉ ଆଦି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସିଛି । ମହିଳାଙ୍କ ସୁରକ୍ଷା ଦାବିରେ ବିଧାନସଭା ଘେରାଉ କରାଯିବା ସହ ଗୃହରେ ଧାରଣା ଦେଇ ଦଳର ୧୪ ଜଣ ଯାକ ବିଧାୟକ ସସ୍‌ପେଣ୍ଡ ମଧ୍ୟ ହୋଇଥିଲେ। ଏହା ସତ୍ତ୍ୱେ ରାଜ୍ୟରେ ନାରୀ ନିର୍ଯାତନା ଘଟଣା ଥମିବାର ନାଁ ନେଉନାହିଁ। 

ଗୋପାଳପୁର ଗଣଦୁଷ୍କର୍ମ ପରି ଏକାଧିକ ଅଭାବନୀୟ ଘଟଣାକ୍ରମ ରାଜ୍ୟର ଛବିକୁ ମଳିନ କରିଛି। ଗତ ୪ ସପ୍ତାହରେ ବିଭିନ୍ନ ଘଟଣାରେ ରାଜ୍ୟରେ ୪ ଜଣ ମହିଳାଙ୍କୁ ଜଳେଇ ଦିଆଯିବା କିମ୍ବା ସେମାନେ ଆତ୍ମାହୁତି କରି ମରିବା, ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ଚଳିତ ସପ୍ତାହରେ ନାରୀ ନ୍ୟାୟ ପାଇଁ ତିନୋଟି କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ବଳଙ୍ଗାର ଦିବଂଗତା ନାବାଳିକାଙ୍କୁ ନ୍ୟାୟପ୍ରଦାନ କରିବା ଦାବିରେ ଗତ ୮ ଅଗଷ୍ଟ କଟକସ୍ଥିତ ପୁଲିସ ଡିଜି କାର୍ଯ୍ୟାଳୟ ସମ୍ମୁଖରେ ପିସିସି ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା । ସେହିପରି ଗତ ୧୦ ତାରିଖ ଉକ୍ତ ଦିବଂଗତା ନାବାଳିକାଙ୍କ ଗାଁ ବାୟାବରରୁ ବଳଙ୍ଗା ବାଟ ଦେଇ ପିସିସିର 'ନାରୀ ନ୍ୟାୟ' ପଦଯାତ୍ରା ନିମାପଡ଼ାରେ ଏକ ସାଧାରଣ ସଭାରେ ଶେଷ ହୋଇଥିଲା। ମହିଳାଙ୍କ ସୁରକ୍ଷା ଦାବିରେ ସପ୍ତାହର ଶେଷ କାର୍ଯ୍ୟକ୍ରମ ବାଲେଶ୍ବରଠାରେ 'ନାରୀ ନ୍ୟାୟ' ପଦଯାତ୍ରା ରୂପରେ ଆସନ୍ତା ୨୨ ଅଗଷ୍ଟ ଶୁକ୍ରବାର ଅନୁଷ୍ଠିତ ହେବ ବୋଲି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଂଯୋଜକ ସଂଜୀବ ଗିରି ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି। 

ଏହି ପଦଯାତ୍ରାରେ ‌ବହୁ ସଂଖ୍ୟାରେ ଯୋଗଦେଇ ମହିଳା ସୁରକ୍ଷା ଦାବିକୁ ଶାଣିତ କରିବା ପାଇଁ ପିସିସି ସଭାପତି କଂଗ୍ରେସର ସମସ୍ତ ନେତୃବୃନ୍ଦ, ଦଳୀୟ ଓ ସାମାଜିକ କର୍ମୀ, ବିଭିନ୍ନ ମହିଳା, ଯୁବଛାତ୍ର, ମାବବାଦୀ ସଂଗଠନ, ମାନବହିତୈଷୀ ଅନୁଷ୍ଠାନ ତଥା ସଚେତନ ନାଗରିକଙ୍କୁ ନିବେଦନ କରିଛନ୍ତି। ଆହୁରି ମଧ୍ୟ, ବାଲେଶ୍ବର ଓ ବଳଙ୍ଗା ପରି ଦୁଃଖଦାୟକ ଘଟଣାଗୁଡ଼ିକର ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ କଲେ ଆଗକୁ ରାଜ୍ୟରେ ସପ୍ତାହବ୍ୟାପୀ ଥାନା ଘେରାଉ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ଦାସ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯେଉଁମାନଙ୍କ ଯୋଗୁଁ ଏଫଏମ ଛାତ୍ରୀଙ୍କ ଏଫଆଇଆର ସୁଦ୍ଧା ରୁଜୁ କରାଗଲା ନାହିଁ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ସରକାରଙ୍କୁ କରିବାକୁ ହେବ। ସେହିପରି ମାଁ’ଙ୍କ ମୂଳ ଏଫ୍‌ଆଇଆର, ବାପାମାଁଙ୍କ ମୂଳ ବୟାନ ଓ ପୀଡ଼ିତାଙ୍କ ବୟାନ ଆଧାରରେ ବଳଙ୍ଗା ଘଟଣାର ତଦନ୍ତ କରାଯିବା ସହ ସଂପୃକ୍ତ ୩ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁ ପିସିସି ସଭାପତି ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.