ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଠୁ ପୁରସ୍କୃତ ହେଲେ ନୀଳଗିରି ମାଟିର ପୁଅ; ଯୁଗ୍ମ ସଚିବ ପାହ୍ୟାରୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ହେଲେ ପଦୋନ୍ନତି

Published By : Bijay Swain | August 10, 2025 11:59 PM

ନୀଳଗିରି,୧୦/୮(ଆ.ପ୍ର): ଗୁରୁତ୍ୱପୂର୍ଣ୍ଣ ଟିକସ ବିଲ୍ ୨୦୨୫କୁ ପ୍ରସ୍ତୁତି କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ମାଟିର ପୁଅ। ନିଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ସନ୍ତଗଡ଼ିଆ କାନପୁର ମାଟିର ପୁଅ ରବୀନ୍ଦ୍ର କୁମାର ପଟ୍ଟନାୟକ ଏହି ଟେକ ରଖିଛନ୍ତି। 

ଦିଲ୍ଲୀ ଦରବାରରେ ନିଜର କାର୍ଯ୍ୟ ଦକ୍ଷତା ପୁଣି ଥରେ ସେ ପ୍ରମାଣିତ କରିଛନ୍ତି I ସ୍ୱୀକୃତି ସ୍ୱରୂପ ଭାରତ ସରକାର ତାଙ୍କୁ ପଦୋନ୍ନତି ମଧ୍ୟ ପାଇଛନ୍ତି। ଶ୍ରୀ ପଟ୍ଟନାୟକ ଭାରତ ସରକାରଙ୍କ ଆଇନ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପାହ୍ୟାରୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ରବୀନ୍ଦ୍ର ଅନେକ ପ୍ରଶଂସନୀୟ ଆଇନଗତ ଖସଡା କାର୍ଯ୍ୟ କରିଛନ୍ତି I ସେଥିପାଇଁ ସେ ଅନେକ ପୁରସ୍କାର ବି ପାଇଛନ୍ତି। ଏହା ବ୍ୟତୀତ ସେ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରସ୍ତୁତ କରିବାରେ ଅବଦାନ ଦେଇ ଆସୁଥିଲେ। ଯେଉଁଥିରେ ତିନୋଟି ନୂତନ ଫୌଜଦାରୀ ଆଇନ ଏବଂ ଅନେକ ଆଇନ ଅନ୍ତର୍ଭୁକ୍ତ ଅଟେ।

ଭାରତ ସରକାରଙ୍କ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟରେ ଭାରତୀୟ ଆଇନ ସେବାରେ ଯୋଗଦେବା ପୂର୍ବରୁ ସେ ବାଲେଶ୍ୱର ବାରରେ ଜଣେ ଓକିଲ ଭାବରେ କାର୍ଯ୍ୟ କରିଥିଲେ। ପରେ ଆଇନ ବିଭାଗ ଅଧୀନରେ ଫାଷ୍ଟଟ୍ରାକ କୋର୍ଟରେ ଅତିରିକ୍ତ ଦୌରାଜଜ ଭାବେ କାର୍ଯ୍ୟ କରିଥିଲେ। ନୀଳଗିରି ତଥା ସନ୍ତରାଗଡ଼ିଆ କାନପୁର ଅଞ୍ଚଳର ଜନ୍ମିତ ରବୀନ୍ଦ୍ରଙ୍କର ୩ ଭାଇ ଓ ୪ଭଉଣୀ ଅଛନ୍ତି। ରବୀନ୍ଦ୍ର ଅଞ୍ଚଳବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.