ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଉଦୟପୁର ବେଳାଭୂମିରେ ପୁଲିସର ଚଢାଉ ବିପୁଳ ପରିମାଣରେ ମଦ ଜବତ; ୩ ଅଭିଯୁକ୍ତ ଚମ୍ପଟ

Published By : Bijay Swain | August 11, 2025 12:06 AM

ଚନ୍ଦନେଶ୍ଵର, ୧୦/୮(ଆ.ପ୍ର): ରାଜ୍ୟର ଅନ୍ୟତମ ପ୍ରମୁଖ ମନୋରମ ବାଲେଶ୍ଵର ଜିଲ୍ଲା ଭୋଗରାଇ ଉଦୟପୁର ବେଳାଭୂମିରେ ରବିବାର ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଅଚାନକ ଚଢାଉ କରାଯାଇଥିଲା । ଏଥିରେ ପୁଲିସକୁ ବେଶ ଆଶାନୁରୂପକ ସଫଳତା ମିଳିଥିବା ବେଳେ ୩ ଜଣ ଅଭିଯୁକ୍ତ କିନ୍ତୁ ଚମ୍ପଟ ମାରିଛନ୍ତି । ଏନେଇ ସାମୁଦ୍ରିକ ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା କଥା ଥାନା ଅଧୁକାରିଣୀ ଚମ୍ପାବତୀ ସୋରେନ ପ୍ରକାଶ କରିଛନ୍ତି ।

ବିବରଣୀରୁ ପ୍ରକାଶ ଯେ, ରକ୍ଷୀ ପୂର୍ଣିମାର ପରଦିନ ତଥା ରବିବାର। ଏଥିପାଇଁ ଉଦୟପୁର ବେଳାଭୂମି ବେଶ ଚଳଚଚଂଳ ଥିଲା । ଏହାକୁ ଲକ୍ଷ୍ୟ କରି ବେଳାଭୂମିରେ ପସରା ମେଲାଇ ଥିବା ଉଠା ଦୋକାନୀ ମାନେ ପର୍ଯ୍ୟଟକଙ୍କୁ ମାଛ, କଙ୍କତାର ସୁସ୍ଵାଦୁ ତରକାରୀ ସହିତ ଦେଶୀ, ବିଦେଶୀ ମଦ ପରଶି ଚାଲିଥିଲେ । ହଠାତ ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଆରମ୍ଭ ହେଲା ଚଢାଉ । ଏଥିରେ ପୁଲିସକୁ ବେଶ ଆଶାନୁରୂପକ ସଫଳତା ବି ମିଳିଲା। ପଶ୍ଚିମବଙ୍ଗ ମାର୍କା ୩୯୮ ଲିଟର ଦେଶୀ, ହିସ୍କି, ରମ ଏବଂ ବିଅର ଆଦି ଜବତ ହୋଇଥିଲା । 

ମାତ୍ର ଏହି ବେଆଇବ କାରବାର ଚଳାଉ ଥିବା ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ପଶ୍ଚିମବଙ୍ଗ ପଟକୁ ସାମୁଦ୍ରିକ ଥାନାର ପୁଲିସ ଚଢାଉ କରି ଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସଫଳ ହୋଇ ନଥିଲେ। ଏନେଇ ସାମୁଦ୍ରିକ ଥାନାରେ କେଶ ନଂ ୬୬୮୨୫,୬୭/୨୫ ଏବଂ ୬୮/୨୫ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ତେବେ ଏହି ଅଭିଯାନ ଲଗାତାର ଚାଲୁ ରହିବ । ବେଆଇନ କାରବାରକୁ କୌଣସି ପ୍ରକାରେ ପ୍ରଶୟ ଦିଆଯିବ ନାହିଁ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । 

ସୂଚନା ଥଉକି, ଗତ ଜୁଲାଇ ୧୩ତାରିଖରେ ଜିଲ୍ଲା ମୋବାଇଲ ଟିମ, ସେଟଲାଇଟ ୟୁନିଟ, ଜଳେଶ୍ଵର ଓ ଭୋଗରାଇ ଅବକାରୀ ବିଭାଗ ଏବଂ ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ଚଢାଉ କରାଯାଇଥିଲେ ମଧ୍ୟ ଆଶାନୁରୂପକ ସଫଳତା ମିଳିନଥିଲା l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.