ରାଉରକେଲା, ୧୩/୮ : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଗୋଏଲକେରା ଥାନା ପୋସେଇତା ଜଙ୍ଗଲରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ। ଘଟଣାସ୍ଥଳରୁ ଏକ ଏସଏଲ୍ଆର ବନ୍ଧୁକ ଜବତ। ସର୍ଚ୍ଚ ଅପରେସନ ଜାରି।
ସୂଚନାନୁଯାୟୀ, ପୋସେଇତା ଜଙ୍ଗଲରେ ମାଓବାଦୀମାନେ ଥିବା ଖବର ପାଇ ସିଆରପିଏଫ୍ ଓ କୋବ୍ରା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚଳାଇବାରୁ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଯବାନମାନଙ୍କ ମୁକାବିଲା କରି ନପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଯବାନମାନେ ଜଙ୍ଗଲରୁ ଜଣେ ମାଓବାଦୀଙ୍କ ମୃତଦେହ ଓ ଏକ ଏସଏଲ୍ଆର ବନ୍ଧୁକ ଜବତ କରିଛନ୍ତି। ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରହିଛି।