ରାୟଗଡ଼ା,୧୩/୦୮: ଜନ୍ମ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ । ମାଡ଼ି ବସିଲା ଭିଜିଲାନ୍ସ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ କୁଞ୍ଜ ବାହାରୀ ରାଉତ ୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି । ଏହା ପରେ ତାଙ୍କର ୨ଟି ଠିକଣାରେ ଦୁର୍ନୀତି ନିବାରଣ ଟିମ୍ ଏକକାଳୀନ ଚଢାଉ କରିଛି ।
ସୂଚନା ମୁଚାବକ, ମୁନିଗୁଡ଼ା କମ୍ୟୁନିଟି ହେଲ୍ଥ ସେଣ୍ଟରର ସ୍ୱାସ୍ଥ୍ୟକର୍ମୀ କୁଞ୍ଜ ବାହାରୀ ରାଉତ ଜଣେ ଚାଷୀଙ୍କୁ ପୁଅର ଜନ୍ମ ପ୍ରମାଣପତ୍ର ଦେବା ପାଇଁ ଲାଞ୍ଚ ମାଗିଥିଲେ । ମୋଟ୍ ୬,୦୦୦ ଟଙ୍କା ଦେବାରୁ କୁଞ୍ଜ ବିହାରୀ କହିଥିଲେ । ପ୍ରଥମ କିସ୍ତିରେ ୩୦୦୦ ଟଙ୍କା ନେବା ପରେ ଦ୍ୱିତୀୟ କିସ୍ତିରେ ଆଉ ୩୦୦୦ ଟଙ୍କା ମାଗିଥିଲେ । ଚାଷୀ ଜଣଙ୍କ କିଛି ଉପାୟ ନପାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ବୁଧବାର ଅଭିଯୋଗକାରୀଙ୍କଠାରୁ କୁଞ୍ଚ ବିହାରୀ ଆଉ ୩୦୦୦ ଟଙ୍କା ଲାଞ୍ଚ୍ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢାଉ କରିଛି ।