ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ମ୍ୟାଲେରିଆରେ ହଷ୍ଟେଲ ଛାତ୍ରୀ ମୃତ ପ୍ରସଙ୍ଗ: ତଦନ୍ତ ନିର୍ଦ୍ଦେଶ, ୩ ଜଣିଆ କମିଟି ଗଠିତ

Published By : Manoj | July 29, 2025 11:39 AM

ରାୟଗଡ଼ା,୨୯/୦୭: ମ୍ୟାଲେରିଆରେ ଛାତ୍ରୀ ମୃତ  ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି । ଏଥିଲାଗି ୩ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭି. ସରୋଜିନୀ ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୀମା ରାଓ ଓ ଜିଲ୍ଲା ଶିକ୍ଷାଧିକାରୀ  ରାମଚନ୍ଦ୍ର ନାହାକ ରହିଛନ୍ତି । ଏହି ଅଧିକାରୀମାନେ ବିଦ୍ୟାଳୟ ଓ ହଷ୍ଟେଲ୍‌କୁ ଯାଇ ତଦନ୍ତ କରିବେ । ମୃତ ଛାତ୍ରୀର ପରିବାରକୁ  ଭେଟିବେ । ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।  

ସୂଚନା ଅନୁଯାୟୀ, କୋଲନରା ବ୍ଲକ୍‌ ଆଳୁବାଡ଼ି ଗାଁର ଦିବ୍ୟା ମାଣ୍ଡାଙ୍ଗି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୁଲି ଗାଁ ହଷ୍ଟେଲରେ ରହି ନିକଟ  ଶିକ୍ଷା ବିଭାଗ ସ୍କୁଲ୍‌ରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲା ।  କିଛିଦିନ ତଳେ ଜ୍ୱର ହୋଇଥିଲା । ହଷ୍ଟେଲରେ ୩  ଦିନ ଏଏନ୍‌ଏମ୍‌ ଚିକିତ୍ସା କରିଥିଲେ । ସ୍ଥିତିରେ ସୁଧାର  ଆସିନଥିଲା । 

ଗତ ୨୪ ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତ୍ତର  ହେବାରୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ  କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ରବିବାର ସକାଳେ  ଦିବ୍ୟାର ମୃତ୍ୟୁ ହୋଇଥିଲା । ପରିବାର ଲୋକ ମୃତଦେହକୁ  ନେଇ  ସୋମବାର  କୁଲି ଗାଁରେ ପହଞ୍ଚିଥିଲେ । ସ୍କୁଲ୍‌ ଆଗରେ  ଶବ ରଖି କ୍ଷତିପୂରଣ ଦାବିରେ ଧାରଣାରେ ବସିଥିଲେ ।  ଏ ସମ୍ପର୍କରେ ଖବର ପ୍ରକାଶ ପରେ ନୂଆ ଜିଲ୍ଲାପାଳ  ଶ୍ରୀ କୁଲକର୍ଣ୍ଣି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.