ରାୟଗଡ଼ା, ୨୦/୭- ରାୟଗଡ଼ା ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ଉଦ୍ୟମ ମାମଲାରେ ରାୟଗଡ଼ା ଥାନା ପୁଲିସ ଗିରଫ କରିଛି। ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରସନ୍ନ କୁମାର ବେହେରା କହିଛନ୍ତି।
ଘଟଣାରୁ ପ୍ରକାଶ ଯେ, ପ୍ରାୟ ଦୁଇ ବର୍ଷ ହେବ ଅତିରିକ୍ତ ଅଗ୍ନିଶମ ଅଧିକାରୀ ବେହେରା ଜନୈକ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ଏଥି ସହିତ ତାଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ। ମହିଳା ଜଣକ ଦୁଇଟି ସନ୍ତାନର ମାଆ ଅଟନ୍ତି। ତେବେ ଏନେଇ ମହିଳା ଜଣକ ଆଜି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ