ସାଲେପୁର,୧୩/୦୮: କେନାଲରେ ଗାଧୋଇବା ବେଳେ ଭାସିଯାଇ ନବମ ଶ୍ରେଣୀ ଛାତ୍ରୀ ନିଖୋଜ । କଟକ ଜିଲ୍ଲା ସାଲେପୁର ବ୍ଳକ ନରଦା ଗ୍ରାମ ନିକଟ ପଟ୍ଟାମୁଣ୍ଡାଇ କେନାଲରେ ଏଭଳି ଅଘଟଣ ଘଟିଛି । କେନାଲ ପାଣିରେ ନିଖୋଜ ନବମ ଶ୍ରେଣୀ ଛାତ୍ରୀ ଜଣକ ହେଲେ ସାଲେପୁର ବ୍ଲକ ଅନ୍ତର୍ଗତ ନରଦା ପଞ୍ଚାୟତର ପ୍ରହଲ୍ଲାଦ ସ୍ୱାଇଁଙ୍କ ଝିଅ ସୁଚିତ୍ରା ସ୍ୱାଇଁ ।
ସୂଚନା ମୁତାବକ, କେନାଲରେ ଗାଧୋଉଥିବା ବେଳେ ସୁଚିତ୍ରାଙ୍କ ଗୋଡ଼ ଖସି ଯାଇଥିଲା। ସେ କେନାଲର ଉଚ୍ଛୁଳା ପାଣିରେ ଭାସିଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ପୁଲିସ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।