ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରିଲ୍ସ ହେଲା କାଳ : କେନାଲରେ ପଡି ୨ ନାବାଳକ ନିଖୋଜ

ସୋର, ୧୪।୧୦ : ରିଲ୍ସ ହେଲା କାଳ।  କେନାଲରେ ପଡ଼ି ଦୁଇ ନାବାଳକ ନିଖୋଜ । ସୋର ମଙ୍ଗଳପୁର ଶିଙ୍ଗlଖୁଣ୍ଟା ଛକରେ ଅଘଟଣ ଘଟିଛି।  ନିଖୋଜ ନାବାଳକ ହେଲେ ବରିସାହିର ଦିପୁ ଓ ହରିଆ। 

ବରିସାହି ହିମାଂଶୁ ନାୟକଙ୍କ ପୁଅ ଦିବୁ  ଓ  ଅଶୋକ ଦାସଙ୍କ ହରିଆ  ସୋର ମଙ୍ଗଳପୁର ଶିଙ୍ଗlଖୁଣ୍ଟା ଛକରେ ଥିବା ଆମ୍ବହୋତ କେନାଲ ନିକଟରେ ରିଲ୍ସ କରୁଥିଲେ। ରିଲ୍ସ କଲାବେଳେ ଜଣକ ଗୋଡ଼ କେନାଲ ଭିତରକୁ ଖସିଯାଇଥିଲା।   ଅନ୍ୟ ଜଣେ ଉଦ୍ଧାର କରିବାକୁ ଯାଇ ଉଭୟ ନାବାଳକ ପାଣିରେ ବୁଡିଯାଇ  ନିଖୋଜ  ହୋଇଥିଲେ l ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ସେମାନଙ୍କୁ କେନାଲରେ ଖୋଜା ଖୋଜି କରିଥିଲେ। ଖବର ପାଇ  ଅଗ୍ନିଶମ ବାହିନୀ  ପହଞ୍ଚି  କେନାଲରେ ଖୋଜା ଖୋଜି ଜାରି ରଖିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.