ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ତ୍ରିକୋଣୀୟ ପ୍ରେମରୁ ହତ୍ୟା ଘଟଣା : ଗିରଫ ହେଲେ ପିଙ୍କୁ ଓ ପ୍ରେମିକା ନିହାରିକା

ଭୂବନେଶ୍ବର, ୧୮।୩ : ଲକ୍ଷ୍ମୀସାଗର ହତ୍ୟାକାଣ୍ଡର ପର୍ଦ୍ଦାଫାସ  କରିଛି ପୋଲିସ। ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓରଫ କାହ୍ନୁ ପ୍ରଧାନ। ପିଙ୍କୁଙ୍କୁ ସାଲିଆ ସାହିରୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ପିଙ୍କୁ ସହିତ ତାର ପ୍ରେମିକା ନିହାରିକାକୁ ମଧ୍ୟ ଗିରଫ କରାଯାଇଛି । ଗତ ଶନିବାର ଅଞନ ବେହେରାଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ହତ୍ୟା କରିଥିଲା ପିଙ୍କୁ । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପ଼କ୍ତ ଅନ୍ୟ ଚାରି ଅପରାଧି ଏବେବି ଫେରାର ଥିବା ଜଣା ପଡିଛି । 

ମାତ୍ର ଗୋଟିଏ ମ୍ୟାସେଜ ଧରାଇଦେଲା ଦୁଇ ଅପରାଧିଙ୍କୁ । ରବିବାର ନିହାରିକା ତାର ଭଉଣୀ ପାଖକୁ ମ୍ୟାସେଜ କରିଥିଲା ମୁଁ ପିଙ୍କୁ ସହିତ ଭଲରେ ଅଛି । ମୋ ପାଇଁ କେହି ଚିନ୍ତା କରିବ ନାହିଁ । ବାସ ସେହି ମ୍ୟାସେଜର ଲିଙ୍କକୁ ଧରି ପୋଲିସ ପହଁଚିଥିଲା ପିଙ୍କୁ ରହିଥିବା ସାଲିଆ  ସାହିରେ  । ଆଉ ଆରମ୍ଭ ହୋଇଥିଲା ପୋଲିସର ଅଭିଯାନ ।  ସାଲିଆ ସାହିରେ ପିଙ୍କୁର ଜଣେ ସମ୍ପର୍କିୟଙ୍କ ଘରେ ଲୁଚି ରହିଥିଲେ ପିଙ୍କୁ ଓ ନିହାରିକା । ପୋଲିସକୁ ଦେଖି ଦୁଇ ଅଭିଯୁକ୍ତ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ଠିକ ସମୟରେ ପୋଲିସ ଘରର ଚାରିପଟୁ ଘେରାଉ କରି ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । 

ଶନିବାର ରାତିରେ ନିହାରିକାର ଦିତୀୟ ପ୍ରେମିକ ପିଙ୍କୁ ଓରଫ କାହ୍ନୁ ପ୍ରଧାନ ପ୍ରଥମ ପ୍ରେମିକ ଗୌତମକୁ କଥା ହେବାପାଇଁ ଡାକିଥିଲା । ଗୌତମ ଜଟଣୀରୁ ଏକ କ୍ୟାଟରିଙ୍ଗ କାର୍ଯ୍ୟସାରି ଫେରିବା ପରେ ଚନ୍ଦା ପୋଖରୀ ନିକଟରେ ଦେଖା କରିବାକୁ ରାଜି ହୋଇଥିଲା । ସାଙ୍ଗରେ ତାର ସହଯୋଗୀ ଅଞ୍ଜନ ମଧ୍ୟ ଆସିଥିଲା । ତେବେ ପୂର୍ବରୁ ଗୌତମକୁ ମାରିବା ପାଇଁ ଯୋଜନା କରିଥିବା ପିଙ୍କୁ ଖଣ୍ଡା ଚୋଟରେ ଅଞ୍ଜନର ମ଼ତ୍ୟୁ ଘଟିଥିଲା । ହତ୍ୟା ଘଟଣା ପରେ ପିଙ୍କୁ ନିହାରିକାଙ୍କୁ ଧରି ଫେରାର ହୋଇଯାଇଥିଲା । 

ହତ୍ୟା ସମୟରେ ନିହାରିକା ଆଉ ଚାରିଜଣ ଯୁବକଙ୍କୁ ସାଥିରେ ନେଇ ଘଟଣା ସ୍ଥଳରେ ରହିଥିଲା । ତେବେ ହତ୍ୟା ସମୟରେ ଉପସ୍ଥିତ ଥିବା ଅନ୍ୟ ଚାରି ଜଣ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଲକ୍ଷ୍ମୀସଗର ଥାନା ପୋଲିସ ପକ୍ଷରୁ ଦୁଇଟି ଟିମ ଗଠନ କରାଯାଇଛି । ଅପରାଧି ମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । 

ଆହୁରି ପଢନ୍ତୁ : ସୁନ୍ଦରଗଡ଼ରେ ମହାବଳ ବାଘ ଠାବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.