ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଦଶମ ପର୍ଯ୍ୟାୟ ବାଣିଜ୍ୟିକ କୋଇଲା ଖଣି ଅକ୍ସନ, ନିଲାମ ହେବ ଓଡ଼ିଶାର ୧୭ ଖଣି

ଭୁବନେଶ୍ୱର,୨୨/୦୬: ଆରମ୍ଭ ହୋଇଛି ଦଶମ ପର୍ଯ୍ୟାୟ ବାଣିଜ୍ୟକ କୋଇଲା ଖଣି ନିଲାମ ପ୍ରକ୍ରିୟା । ଏଥିରେ ଦେଶର ୬୧ଟି ଖଣି ବିକ୍ରି ନିମନ୍ତେ  ରଖାଯାଇଥିବାବେଳେ ଓଡ଼ିଶାରୁ ସ୍ଥାନ ପାଇଛି ସର୍ବାଧିକ ୧୭ଟି କୋଇଲା ଖଣି । ଶୁକ୍ରବାର ହାଇଦ୍ରାବାଦରେ  ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା  ଏବଂ ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡି ଏହାର ଶୁଭାରମ୍ଭ  କରିଥିଲେ । ନିଲାମ ପାଇଁ ରଖାଯାଇଥିବା ଖଣିଗୁଡ଼ିକ ଉଭୟ କୋକିଂ ଏବଂ ନନ୍‌-କୋକିଂ କୋଇଲା ଖଣି ।  ଘରୋଇ କୋଇଲା ଉତ୍ପାଦନକୁ ବଢ଼ାଇବା ସହିତ  ଦେଶରେ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏହି  ନିଲାମର ଲକ୍ଷ୍ୟ ।  

ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ବିହାରର ୩ଟି,  ଛତିଶଗଡର ୧୫, ଝାଡଖଣ୍ଡର ୬, ମଧ୍ୟପ୍ରଦେଶର ୧୫, ତେଲେଙ୍ଗାନାର ଗୋଟିଏ, ମହାରାଷ୍ଟ୍ରର ଗୋଟିଏ  ଏବଂ ପଶ୍ଚିମବଙ୍ଗର ୩ଟି ଖଣି ସ୍ଥାନିତ ହୋଇଛି ।

ଓଡ଼ିଶାରୁ ସ୍ଥାନ ପାଇଥିବା ଖଣିଗୁଡ଼ିକ ମଧ୍ୟରେ  ରହିଛି ଅନୁଗୋଳ ସ୍ଥିତ ନ୍ୟୁ ପାତ୍ରପଡ଼ା ନର୍ଥ, ନ୍ୟୁ  ପାତ୍ରପଡ଼ା ସାଉଥ୍‌, ମହାନଦୀ, ମନ୍ଦାକିନି-ବି, ନର୍ଥ  ଅଫ୍‌ ଅର୍ଖପାଳ ଶ୍ରୀରାମପୁର, ସୁନ୍ଦରଗଡ଼ ସ୍ଥିତ ଟାଙ୍ଗରଡିହ ନର୍ଥ, ଟାଙ୍ଗରଡିହ ସାଉଥ୍‌ । ଆହୁରି ମଧ୍ୟ  ଉସ୍ତାଳି ସେଣ୍ଟ୍ରାଲ, ଉସ୍ତାଳି ନର୍ଥ, ଉସ୍ତାଳି ସାଉଥ୍‌,  ସୁନ୍ଦରଗଡସ୍ଥିତ ବଡ଼ିବାହଲ କୋଇଲା ଖଣି ରହିଛି ।  ସେହିଭଳି କଣ୍ଟାଇକୋଲିଆ, କର୍ଦବାହାଲ-ବ୍ରାହ୍ମଣବିଲ,  କୋଶଳା ପୂର୍ବ, କୋଶଳା ପଶ୍ଚିମ, ଫୁଲଝରି ପୂର୍ବ  ଓ ପଶ୍ଚିମ ଏବଂ ବରତାପ କୋଇଲା ଖଣି ସ୍ଥାନିତ  ହୋଇଛି । ନିଲାମ ପ୍ରକ୍ରିୟାର ଶୁଭାରମ୍ଭ ଅବସରରେ  କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ,  ତେଲଙ୍ଗାନାର ଉପ-ମୁଖ୍ୟମନ୍ତ୍ରୀ ମାଲୁ ଭଟ୍ଟି ବିକ୍ରମାର୍କ  ଏବଂ କେନ୍ଦ୍ର କୋଇଲା ସଚିବ ଅମ୍ରିତ ଲାଲ ମୀନା  ପ୍ରମୁଖ ଉପସ୍ଥିତ ଥିଲେ । 

ଏ ଅବସରରେ କେନ୍ଦ୍ର  କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ କିଶନ ରେଡ୍ଡି କହିଲେ  ଯେ, ଶକ୍ତି ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧି ବଢ଼ାଇବା  ସହ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଏହା ଏକ  ପ୍ରମୁଖ ପଦକ୍ଷେପ । କୋଇଲା ଖଣିଗୁଡ଼ିକ ପାଇଁ ମଞ୍ଜୁରି  ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି କୋଇଲା  ମନ୍ତ୍ରାଳୟ ଏକ ସିଙ୍ଗିଲ୍‌ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ୍‌ ତିଆରି  କରିଛି । ଏକକ ଗେଟ୍‌ୱେ ଦ୍ୱାରା କୋଇଲା ଉତ୍ପାଦନ  ବୃଦ୍ଧି ପାଇବ । ଏହା ଶିଳ୍ପର ପ୍ରଗତିରେ ସହାୟକ  ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ  କହିଲେ ଯେ, ନବମ ପର୍ଯ୍ୟାୟରେ ଏଯାବତ୍‌ ୧୦୭  କୋଇଲା ଖଣି ସଫଳତାର ସହ ନିଲାମ ହୋଇଛି ।  ଏହା ମାଧ୍ୟମରେ ୩୮,୪୦୦ କୋଟିର ନିବେଶ  ଆସିଛି । ୩ ଲକ୍ଷ ଲୋକଙ୍କ ପାଇଁ ଏହା ପ୍ରତ୍ୟକ୍ଷ  ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ଆଣିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.