ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପୋଲିସ ଭ୍ୟାନକୁ ପିଟିଲା ୧୦୮ ଆମ୍ବୁଲାନ୍ସ,, ହୋମଗାର୍ଡ ମୃତ, IIC ସମେତ ୪ ଆହତ

ଉଦଳା ୦୩/୦୯: ରାତିରେ ପେଟ୍ରୋଲିଂ ଚାଲିଥିବା ସମୟରେ ପୋଲିସ ଗାଡିକୁ ଧକା ଦେଲା ୧୦୮ ଆମ୍ବୁଲାନ୍ସ। ପୋଲିସ ଗାଡିକୁ ଆମ୍ବୁଲାନ୍ସ ଧକା ଦେଇ ୩୦ ଫୁଟ ଦୂରକୁ ପେଲି ନେଇଥିଲା ।  ଘଟଣା ସ୍ଥଳରେ ଜଣେ ପୋଲିସ କନେଷ୍ଟବଳ ଗାଡିତଳେ ଚାପି ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏମିତି ଏକ ଭୟଙ୍କର ଦୁର୍ଘଟଣା ଘଟିଛି  ଉଦଳା ମାର୍କେଟ ଇଣ୍ଡିଆନ ପେଟ୍ରୋଲ ଟାଙ୍କି ସାମ୍ନାରେ।

ସୂଚନା ଅନୁଯାୟୀ, ଉଦଳା ଥାନା ଅଧିକାରୀ ବନମାଳୀ ବାରିକ ୫ ଜଣ ଷ୍ଟାଫଙ୍କୁ ନେଇ ରାତି ପେଟ୍ରୋଲିଂ କରୁଥିଲେ। ଇଣ୍ଡିଆନ ପେଟ୍ରୋଲ ଟାଙ୍କି ସାମ୍ନାରେ ରାସ୍ତା କଡ଼ରେ ବୋଲେରକୁ ଛିଡା କରି ଏତେ ରାତିରେ ଟାଙ୍କିକୁ ପେଟ୍ରୋଲ ପକାଇବାକୁ ଆସିଥିବା ଏକ ମୋଟର ସାଇକେଲକୁ ଅଟକାଇ ଥାନାର ମୁଖ୍ୟ କନେଷ୍ଟବଳ ମୁକୁନ୍ଦ ଚରଣ ମଲ୍ଲିକ  ଗାଡ଼ିରୁ ଓହ୍ଲାଇ ପଚାର ଉଚରା କରୁଥିଲେ । ଏହି ସମୟରେ ଖୁଣ୍ଟା ପଟୁ ଆସୁଥିବା (ଓଡି ୦୨ସିପି ୦୪୧୯) ୧୦୮ ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଆସି ପୋଲିସ ଗାଡିକୁ ସାମ୍ନାପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ ପୋଲିସ ବୋଲେର ଟି ୩ ରାଉଣ୍ଡ ପଲଟି ୩୦ ଫୁଟ ଦୂରରେ ପଡିଥିଲା। 

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କନେଷ୍ଟବଳ ଲକ୍ଷ୍ମୀଧର ମହାନ୍ତ ବୋଲେରରୁ ବାହାରି ବୋଲେରତଳେ ଚାପି ହୋଇ ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଥାନା ଅଧିକାରୀ ବନମାଳୀ ବାରିକ ଓ ଡ୍ରାଇଭର ସଦାନନ୍ଦ ସିଂ ଗୁରୁତର ଥିବା ବେଳେ ଜି.ଆର ସୁଦର୍ଶନ ପାତ୍ର ସୁସ୍ଥ ଥିବାର ସୂଚନା ମିଳିଛି। ଅନ୍ୟ ପକ୍ଷରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ମଧ୍ୟରେ ଡ୍ରାଇଭର ଓ ହେଲ୍ପର ଗୁରୁତର ଥିବା ବେଳେ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଫାର୍ମାସିଷ୍ଟ ସାମାନ୍ୟ ଆହତ ହୋଇ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.