ପ୍ରମୂଖ ଖବର
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ଦୁଃଖଭରା ବିଦାୟ, ଆଜି ପୈତୃକ ଗାଁ ବାୟାବରରେ ହେବ ଶେଷକୃତ୍ୟ
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଆଇଇଡ଼ି ବିସ୍ଫୋରଣରେ ରେଲୱେ କର୍ମଚାରୀ ମୃତ୍ୟୁ ଘଟଣା,୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Ankita S | August 3, 2025 3:09 PM

ରାଉରକେଲା,୩/୮: ଆଇିଇଡ଼ି ବିସ୍ଫୋରଣରେ ରେଳୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ସହୟତା ଘୋଷଣା ହୋଇଛି । ସିଏମ୍‌ଆରଏଫ୍‌ରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ସିଏମ୍ । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ସିଏମ୍‌ଓ ଏକ୍ସରେ କହୁଯାଇଛି କି, ''ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ଏକ ଅପ୍ରତ୍ୟାଶିତ ଆଇଇଡ଼ି ବିସ୍ଫୋରଣରେ ଭାରତୀୟ ରେଳରେ କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ଦୁଃଖଦ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମ୍‌ଆରଏଫ) ରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।''

ମାଓବାଦୀଙ୍କ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଥିବା ବେଳେ ହିଂସାକାଣ୍ଡ ଘଟାଇଛନ୍ତି । କୋଇଡାର ରକ୍ସି - ଟୋପାଡ଼ିହି ମଝିରେ ଆଇଇଡି ବିସ୍ଫୋରଣ କରି ରେଳଧାରଣା ଉଡାଇ ଦେଇଛନ୍ତି । ଏହି ଘଟଣାରେ ରେଳ କର୍ମଚାରୀ ଇଟୁଆ ଓରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ଲାଗି ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.