ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ନାବାଳିକାକୁ ଦୁଷ୍କର୍ମ ମାମଲା: ବସ କଣ୍ଡକ୍ଟରକୁ ୧୦ବର୍ଷ କାରାଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ

Published By : Prameya | November 19, 2024 9:42 AM

ରାଉରକେଲା,୧୯/୧୧: ନାବାଳିକାକୁ ଦୁଷ୍କର୍ମ କରିଥିବା ଆସାମୀକୁ ରାଉରକେଲା ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟର ବିଚାରପତି ପି.ସୁରିୟା ରାଓ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । 

୨୦୧୭ ମସିହା ମାର୍ଚ୍ଚ ମାସ ୨୨ ତାରିଖ ଦିନ ଜଣେ ଯୁବତୀ ଏକ ବସ୍‌  ଯୋଗେ ପଟ୍ଟାମୁଣ୍ଡାଇରୁ ରାଉରକେଲା ଆସୁଥିଲେ । ଯୁବତୀ ଜଣଙ୍କ ସିଟ୍‌ରେ ଶୋଇ ପଡିଥିବା ବେଳେ ଭୋର ୩ଟାରୁ୫ଟା ମଧ୍ୟରେ ବସ୍‌ର କଣ୍ଡକ୍ଟର ପଙ୍କଜ  ମୁନା ତାଙ୍କ ସହ ଦୁଷ୍କର୍ମ କରିଥିଲା । ନାବାଳିକା ଜଣଙ୍କ ଏ ନେଇ ମହିଳା  ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ  ଅଭିଯୁକ୍ତ କଣ୍ଡକ୍ଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବିଚାରପତି  ଆଠ ଜଣ ସାକ୍ଷୀ, ଜଣେ ସଫେଇ ସାକ୍ଷୀ, ୧୦ଟି ଦସ୍ତାବେଜ୍‌କୁ ଆଧାର କରି  ଭାରତୀୟ ପିଙ୍ଗଳ କୋଡର ୩୫୪, ୩୫୪(କ) ଏବଂ ୩୭୬ ଆଧାରରେ  ଅଭିଯୁକ୍ତ ପଙ୍କଜକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ ୩୫୪ ଦଫାରେ  ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା, ୩୫୪(କ)  ଦଫାରେ ୨ବର୍ଷ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା, ୩୭୬  ଦଫାରେ ୧୦ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ  ଦେଇଛନ୍ତି । ଜରିମାନା ଅନାଦେୟ ୩୫୪ ଓ ୩୫୪(କ)ରେ ଅତିରିକ୍ତ ୬ମାସ  ଲେଖାଏଁ କାରାଦଣ୍ଡ ଓ ୩୭୬ରେ ଜରିମାନା ଅନାଦେୟ ଅତିରିକ୍ତ ଏକ ବର୍ଷ  କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ  ଆଇନଜୀବୀ ସୁଦାମ ଚନ୍ଦ୍ର ଦାଶ ଏହି ମାମଲା ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.