ପ୍ରମୂଖ ଖବର
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବିଶ୍ୱରେ ପ୍ରଥମ: ଘୁଷୁରି ଭ୍ରୂଣରେ ମାନବ କିଡ୍‌ନୀ ବିକଶିତ କଲେ ବୈଜ୍ଞାନିକ, ଉପକୃତ ହେବେ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ଥିବା ଲୋକ

ନୂଆଦିଲ୍ଲୀ ୧୦/୦୯:  ଅଙ୍ଗ ପ୍ରତିରୋପଣକୁ ଅପେକ୍ଷା କରିଥିବା ଲକ୍ଷାଧିକ ରୋଗୀଙ୍କ ପାଇଁ ଭଲ ଖବର । ବୈଜ୍ଞାନିକମାନେ ପ୍ରଥମ  ଥର ଘୁଷୁରିଠାରେ ମାନବ ବୃକ୍‌କ ବିକଶିତ କରିଛନ୍ତି ।  ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ପ୍ରାଣ ହରାଉଥିବା  ହଜାର ହଜାର ଲୋକଙ୍କୁ ଏହି ପ୍ରୟାସ ବଞ୍ଚାଇ ପାରିବ । ଏହା ଜରିଆରେ ଜନ୍ତୁଙ୍କଠାରେ ମାନବ ଅଙ୍ଗର ବିକାଶ  ହୋଇପାରିବ । ଫଳରେ ମାନବ ଅଙ୍ଗ ଦାତାଙ୍କ ପାଇଁ ଅପେକ୍ଷା କରିବା ପରିବର୍ତ୍ତେ ଅସୀମିତ ଅଙ୍ଗ ଯୋଗାଣର ମାର୍ଗ ଖୋଲିବ । 

ବୈଜ୍ଞାନିକମାନେ ଘୁଷୁରିଠାରେ  ମଣିଷ କିଡ୍‌ନୀ ବା ବୃକ୍‌କ  ସ୍ଥାପନ କରିପାରିବେ ନାହିଁ,  କାରଣ ଜନ୍ତୁଙ୍କ ପ୍ରତିରକ୍ଷା ପ୍ରଣାଳୀ  ଏହାକୁ ଗ୍ରହଣ କରିବ ନାହିଁ ।  ଏବେ କିନ୍ତୁ ଗବେଷକମାନେ ଏକ ମାଈ ଗର୍ଭବତୀ ଘୁଷୁରିର  ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟରେ ଥିବା  ଭ୍ରୂଣଠାରେ ମାନବ କିଡ୍‌ନୀ ବୃଦ୍ଧି  କରିବାରେ ସକ୍ଷମ ହୋଇଛନ୍ତି ।  ଠିକ୍‌ ଆଇଭିଏଫ୍‌ ଭଳି, ଶୂକ୍ରାଣୁ ଜରିଆରେ ଡିମ୍ବାଣୁକୁ  ପ୍ରଜନନକ୍ଷମ କରି ଏହି ଘୁଷୁରି ଭ୍ରୂଣ ପ୍ରୟେଗଶାଳାରେ  ବିକଶିତ ହୋଇଥିଲା । କିନ୍ତୁ ମାନବ କୋଷିକାଗୁଡ଼ିକ ପାଇଁ  ଏହାକୁ ଅଧିକ ଗ୍ରହଣଶୀଳ କରିବା ଲାଗି ବଂଶାନୁକ୍ରମିକ ରୂପେ ଇଞ୍ଜିନିୟର୍‌ କରାଯାଇଥିଲା । 

ତା’ପରେ ବୈଜ୍ଞାନିକମାନେ ସେଥିରେ ମାନବ  ‘ପ୍ଲୁରିପୋଟେଣ୍ଟ୍‌’ ଷ୍ଟେମ୍‌ କୋଷିକା ମିଶାଇଲେ, ଯାହା  ଶରୀରରେ ଯେକୌଣସି ପ୍ରକାର ଷ୍ଟେମ୍‌ ସେଲ୍‌ ହୋଇ  ପାରିବ । ଏକ ସ୍ୱତନ୍ତ୍ର ରାସାୟନିକ ପ୍ରକ୍ରିୟା ଜରିଆରେ  ସେଗୁଡ଼ିକୁ ବଢ଼ାଇଲେ, ଫଳରେ ସେଗୁଡ଼ିକ ଯେମିତି  କ୍ଷୁଦ୍ର କିଡ୍‌ନୀରେ ବିକଶିତ ହୋଇପାରିବ । ଆଇଭିଏଫ୍‌  ପ୍ରକ୍ରିୟା ଭଳି ଗର୍ଭଧାରଣ ଲାଗି ଘୁଷୁରି ଭ୍ରୂଣଗୁଡ଼ିକୁ  ସରୋଗେଟ୍‌ ମାଈ ଘୁଷୁରିଙ୍କଠାରେ ଛଡ଼ାଗଲା । ଗର୍ଭରେ  ପ୍ରାୟ ଗୋଟିଏ ମାସ ପରେ ଘୁଷୁରି ଭ୍ରୂଣ ଭିତରେ  କିଡ୍‌ନୀଗୁଡ଼ିକର ସ୍ୱାଭାବିକ ଢାଞ୍ଚା ସୃଷ୍ଟି ହୋଇଥିଲା ।  ସେମାନେ କୋଷିକାଗୁଡ଼ିକର ଏକ ବଣ୍ଡଲ୍‌ ବିକଶିତ  କରିଥିଲେ, ଯାହା ପରେ ଶରୀରର ବର୍ଜ୍ୟ ଉତ୍ପାଦ ନିଷ୍କାସନ  ଲାଗି କିଡ୍‌ନୀକୁ ବ୍ଲାଡର୍‌ ସହ ସଂଯୋଗ କରିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘୁଷୁରି ଭ୍ରୂଣ ଭିତରେ ବଢ଼ିବା  ସତ୍ତେ୍ୱ ତାହା ଅଧାରୁ ଅଧିକ ମଣିଷର ଥିଲା । ଏହି  କିଡ୍‌ନୀରେ ୬୦ ଭାଗ ମାନବ କୋଷିକା ଥିବାବେଳେ  ୪୦ ଭାଗ ଘୁଷୁରି କୋଷିକା ରହିଛି । ଏହି ଅଭିନବ  ବିକାଶକୁ ଯଦି ଅନୁମତି ପ୍ରଦାନ କରାଯାଏ, ତେବେ  ମାନବ ପ୍ରତିରୋପଣ ନିମନ୍ତେ ସେଗୁଡ଼ିକ କାର୍ଯ୍ୟକ୍ଷମ  କିଡ୍‌ନୀ ହୋଇପାରିବ । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ,  ଘୁଷୁରିଙ୍କଠାରେ ମାନବ ଅଙ୍ଗ ବିକଶିତ କରିବାକୁ ଆହୁରି  ଅନେକ ବର୍ଷ ଲାଗିବ । କାରଣ ସଦ୍ୟ ଅଧ୍ୟୟନରେ  ବିକଶିତ କିଡ୍‌ନୀଗୁଡ଼ିକର ମାନବ ରକ୍ତ ବାହିକା  ଥିଲା, ଯାହାକୁ ଗର୍ଭବତୀ ଘୁଷୁରିର ପ୍ରତିରକ୍ଷା ପ୍ରଣାଳୀ  ପ୍ରତ୍ୟାଖ୍ୟାନ କରିବ । 

ଏହି ସମସ୍ୟା ସମାଧାନ ଲାଗି ଏହା ଆହୁରି ଅଧିକ  ଜଟିଳ ଜିନ୍‌ଗତ ଇଞ୍ଜିନିୟରିଙ୍ଗ ଆବଶ୍ୟକ କରିବ,  ଯାହା ଫଳରେ ମଣିଷଠାରେ ପ୍ରତିରୋପଣ ଲାଗି  କିଡ୍‌ନୀ ଉପଯୁକ୍ତ ହୋଇପାରିବ ।  ସଦ୍ୟ ଅଧ୍ୟୟନରୁ ଆହୁରି ଜଣାପଡ଼ିଲା  ଯେ ସୂକ୍ଷ୍ମ ସଂଖ୍ୟକ ମାନବ କୋଷିକା  ଘୁଷୁରି ଭ୍ରୂଣର ମସ୍ତିଷ୍କ ଓ ମେରୁଦଣ୍ଡକୁ  ଯାଇଥିଲା ବୋଲି ଅଧ୍ୟୟନର ବରିଷ୍ଠ  ଲେଖକ ଗୁଆଙ୍ଗଝୋଉ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ବାୟୋମେଡିସିନ୍‌ ଆଣ୍ଡ ହେଲ୍‌ଥର  ଡା. ଲାଇ ଲିଆଙ୍ଗସୁ କହିଛନ୍ତି ।  ଘୁଷୁରିଙ୍କଠାରେ ମାନବ ଅଙ୍ଗ ବିକଶିତ  କରିବାର ପୂର୍ବ ପ୍ରୟାସ ବିଫଳ  ହୋଇଥିଲା ବୋଲି ସେ କହିଛନ୍ତି ।  ସେଲ୍‌ ଷ୍ଟେମ୍‌ ସେଲ୍‌ ନାମକ ପତ୍ରିକାରେ  ଅଧ୍ୟୟନର ଫଳ ପ୍ରକାଶ ପାଇଛି । 

ଘୁଷୁରି ଭ୍ରୂଣରେ ଆପାତତଃ ମାନବ କିଡ୍‌ନୀ ବିକଶିତ  କରିବାର ପ୍ରକ୍ରିୟାରେ ବୈଜ୍ଞାନିକମାନେ ମାନବ ଷ୍ଟେମ୍‌  କୋଷିକାଗୁଡ଼ିକୁ ଘୁଷୁରି କୋଷିକା ସହିତ ଉତ୍ତମ ରୂପେ  ଏକୀକୃତ କରିବା ଲାଗି ଜିନ୍‌ଗତଭାବେ ଇଞ୍ଜିନିୟର୍‌  କରିଥିଲେ । ମାନବ କୋଷିକା କିଡ୍‌ନୀ ବିକଶିତ କରିବା  ଲାଗି ସେମାନେ ଘୁଷୁରି ଭ୍ରୂଣରୁ କିଡ୍‌ନୀ ବିକାଶ ନିମନ୍ତେ  ଜରୁରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିନ୍‌କୁ ହଟାଇ ଦେଇଥିଲେ ।  ଗବେଷକମାନେ ମୋଟ୍‌ ୧୩ ମାଈ ଘୁଷୁରିଙ୍କଠାରେ  ୧,୮୨୦ ଭ୍ରୂଣ ସ୍ଥାନାନ୍ତର କରିଥିଲେ । ୨୮ ଦିନ ପରେ  ୫ ଭ୍ରୂଣଙ୍କଠାରେ ସ୍ୱାଭାବିକ ରୂପେ କିଡ୍‌ନୀର ବିକାଶ ୨ୟ  ପର୍ଯ୍ୟାୟରେ ପ୍ରବେଶ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.