ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଏଣିକି ୟୁଟ୍ୟୁବ ସର୍ଟ୍ସରେ ଉଠିଗଲା ୬୦ ସେକେଣ୍ଡର ଭିଡିଓ, କେତେ ମିନଟ୍‌ର ଭିଡିଓ କରିପାରିବେ ଅପଲୋଡ୍ ?

ନୂଆଦିଲ୍ଲୀ, ୬।୧୦: ବର୍ତ୍ତମାନ ରିଲ୍ ଓ ସର୍ଟ୍ସର ଯୁଗ । ପ୍ରାୟ ଅଧିକାଂଶ ଯୁବପିଢ଼ି ଏଥିସହ ଜଡ଼ିତ । ୟୁଟ୍ୟୁବ୍ ସର୍ଟ୍ସରେ ମାତ୍ର, ଗୋଟିଏ ମିନିଟ୍‌ରେ କରିହେଉଥିଲା ଭିଡିଓ । ଏଣିକି ୟୁଟ୍ୟବ୍‌ରୁ ଉଠିଗଲା ୬୦ ସେକେଣ୍ଡର ସର୍ଟ୍ସ । ଆଉ କରିହେବନି ୧ ମିନିଟ୍‌ର ସର୍ଟ୍ସ ଭିଡିଓ । ଅକ୍ଟୋବର ୧୫ରୁ ଲାଗୁ ହେବ ଏହି ନିୟମ । ଜାଣନ୍ତୁ ଏବେ କେତେ ମିନଟ୍‌ରେ କରିପାରିବେ ଭିଡିଓ ? 

ଗୁଗୁଲର ଏକ ପପୁଲାର ଫିଚର ୟୁଟ୍ୟୁବ୍ ସର୍ଟ୍ସ । ଏହି ସର୍ଟ୍ସ ଭିଡିଓ ଫିଚର ଆଣିବା ଫଳରେ ଟିକଟକ୍, ଇନଷ୍ଟାଗ୍ରାମ ରିଲ୍ସ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୟୁଟ୍ୟୁବ୍ ଟକ୍କର ଦେବାରେ ସକ୍ଷମ ହୋଇପାରିଥିଲା । ୟୁଟ୍ୟୁବ୍ ସର୍ବଦା ତା’ର ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ । ତେବେ ସର୍ଟ୍ସ କରୁଥିବା କ୍ରିଏଟର୍ସଙ୍କ ପାଇଁ ଏହା ମଧ୍ୟରେ ୟୁଟ୍ୟୁବ୍ ଏକ ନୂଆ ଫିଚର ଆଣିଛି । ପୂର୍ବରୁ ୟୁଟ୍ୟୁବ ସର୍ଟ୍ସରେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍ କରିବା ନେଇ ବ୍ୟବସ୍ଥା ରହିଥିବା ବେଳେ ଏବେ ତାହାକୁ ବଦଳାଇଛି ୟୁଟ୍ୟୁବ୍ । ଗୁଗୁଲ ଏହି ଲିମିଟ୍‌କୁ ବଢ଼ାଇ ଦେଇଛି । ବର୍ତ୍ତମାନ ୟୁଟ୍ୟବ୍ ସର୍ଟ୍ସରେ ୧ମିନିଟ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍ କରିହେବ । ଏଣିକି ୩ ମିନିଟ୍ ପର୍ଯ୍ୟନ୍ତ ସର୍ଟ୍ସ ଭିଡିଓ ଅପଲୋଡ୍ କରିହେବ । ଗୁଗୁଲର କହିବାନୁସାରେ, କ୍ରିଏଟର୍ସମାନେ ଅକ୍ଟୋବର ୧୫ରୁ ୟୁଟ୍ୟବ୍ ସର୍ଟ୍ସରେ ୩ ମିନଟ୍‌ର ଭିଡିଓ ଅପଲୋଡ୍ ବା ସେୟାର କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୟୁଟ୍ୟୁବରେ ଅପଲୋଡ୍ ହେଉଥିବା ସର୍ଟ୍ସ ୧ ମିନିଟ୍ ଅବଧି ବିଶିଷ୍ଟ ରହିଥିଲା । ଏଣିକି ଲମ୍ୱା ଭିଡିଓକୁ ଦୃଷ୍ଟିରେ ରଖି ୟୁଟ୍ୟୁବ୍ କ୍ରିଏଟର୍ସଙ୍କୁ ନିଜର କଣ୍ଟେଣ୍ଟ ପାଇଁ ଅଧିକ ସ୍ଥାନ ମିଳିପାରିବ । ୟୁଟ୍ୟୁବର ଏହି ଫିଚର ପରିବର୍ତ୍ତନ ଫଳରେ ପୂର୍ବରୁ ଅପଲୋଡ୍ ହୋଇଥିବା ଭିଡିଓ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । 

ୟୁଟ୍ୟୁବରେ ଏକ ମଜାଦାର ଟୁଲ୍ ହେଉଛି ଟେମ୍ପଲେଟ୍ସ । ଏହି ଫିଚର ଜରିଆରେ କ୍ରିଏଟର୍ସ କୌଣସି ସର୍ଟ୍ସରେ ଦିଆଯାଇଥିବା ରିମିକ୍ସ ବଟନରେ ଟ୍ୟାପ୍ କରି ସହଜରେ ଟ୍ରେଣ୍ଡିଂ ଭିଡିଓକୁ ରିମିକ୍ସ ଓ ରିକ୍ରିଏଟ କରିପାରିବେ । ରିମିକ୍ସ ବଟନରେ ଟ୍ୟାପ୍ କରିବା ପରେ ‘ୟୁଜ୍ ଦିସ୍ ଟେମ୍ପଲେଟ୍’ ଅପ୍ସନକୁ ସିଲେକ୍ଟ କରିବାକୁ ପଡ଼ିବ । ଏଥିସହିତ ୟୁଟ୍ୟୁବ୍ ଆଗାମୀ ଦିନରେ ସର୍ଟ୍ସରେ ଅଧିକ ୟୁଟ୍ୟୁବ୍ କଣ୍ଟେଟକୁ ଉନ୍ନତ କରିବା ପାଇଁ ନୂଆ ଅପଡେଟ୍ ଆଣିବ । କ୍ରିଏଟର୍ସ ନିଜର ସର୍ଟ୍ସ ପାଇଁ ଅନ୍ୟ ୟୁଟ୍ୟୁବ ଭିଡିଓ ଓ ମ୍ୟୁଜିକ୍ ଭିଡିଓର କ୍ଲିପ୍ ବ୍ୟବହାର କରିପାରିବେ । ଏହାଛଡ଼ା କ୍ରିଏଟର୍ସଙ୍କ ସହାୟତା ପାଇଁ ୟୁଟ୍ୟୁବ୍ ଏକ ନୂଆ ‘ସର୍ଟ୍ସ ଟ୍ରେଣ୍ଡସ’ ପେଜ ମଧ୍ୟ ଲଞ୍ଚ କରୁଛି, ଯାହାର ସହାୟତାରେ ୟୁଜର୍ସ ଲାଟେଷ୍ଟ ଭାଇରଲ କଣ୍ଟେଣ୍ଟକୁ ୟୁଜର୍ସଙ୍କ ପାଖରେ ସହଜରେ ପହଞ୍ଚାଇପାରିବେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.