ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ମଦ ପାଇଁ ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର

ପାପଡାହାଣ୍ଡି, ୧୧।୬ : ପାପଡାହାଣ୍ଡି ବ୍ଲକ ଜଟାବାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମଗୁଡା ଗ୍ରାମ ଠାରେ ମଦ ପାଇଁ ଯୁବକ ର ବେକ କାଟିଲା ଅନ୍ୟ ଏକ ଯୁବକ । ଗୁରୁତର ଯୁବକକୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରାଯାଇଛି ।

 ସୂଚନା ଅନୁଯାଇ ଜାମଗୁଡା ଗ୍ରାମର ଗଙ୍ଗାଧର ଯାନୀ (୧୮) ବାପା ଅର୍ଜୁନ ଯାନୀ ସନ୍ଧ୍ୟା ସମୟରେ ଗାଁ ଠାକୁରାଣୀ ଯାତ୍ରା ଦେଖିବାକୁ ଗାଁ ନିକଟରେ ଡ଼ୁମାଗୁଡ଼ି ନିକଟରେ ଯାଇଥିଲା । ରାତ୍ର ୮ଟା ସମୟରେ ଘରକୁ ଫେରିବା ସମୟରେ ଡ଼ୁମାଗୁଡ଼ି ନିକଟରେ ଗ୍ରାମର ନବୀନ ଗୌଡ଼ ଗଙ୍ଗାଧରକୁ ଅଟକାଇ ଥିଲା । ନବୀନ, ଗଙ୍ଗାଧରକୁ ମଦ ମାଗି ଦେବା ପାଇଁ ବାଧ୍ୟ କରିଥିଲା । ଏଥିରେ ଗଙ୍ଗାଧର ରାଜି ହୋଇଥିବା ସତ୍ତେ୍ବ ନବୀନ ଏକ ଧାଁରୁଆ ଅସ୍ତ୍ର ସହ ଗଙ୍ଗାଧରର ବେକ ରେ ଆଘାତ କରିଥିଲା । ନିଜ ଜୀବନ ବଂଚେଇବା କୁ ଚେଷ୍ଟା କରି ଘଟଣା ସ୍ଥଳ ରୁ ଗଙ୍ଗାଧର ଦୌଡ଼ି ଦୌଡ଼ି ନିଜ ଘରେ ପହଞ୍ଚି ଘର ସମ୍ମୁଖ ଠାରେ ଅଚେତ ହୋଇ ପୋଡ଼ିଯାଇଥିଲା । ପରିବାର ଲୋକ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ଏକ ବୋଲେରୋ ସାହାଯ୍ୟରେ ରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗଙ୍ଗାଧର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଡା. ମନସ୍ମିତା ମହାନ୍ତି ସୂଚନା ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.