ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଚନ୍ଦାହାଣ୍ଡିରେ ଇଦ୍-ଉଲ-ଜୁହା ପାଳିତ

ଚନ୍ଦାହାଣ୍ଡି,୧୭।୬ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ମୋହରା ଏବଂ ବେହେରାମୁଣ୍ଡା ମସଜିଦ ପରିସରରେ ଇଦ୍ ଉଲ ଜୁହା  ପର୍ବ ମହାସମାରୋହର ସହିତ ପାଳିତ ହୋଇଯାଇଛି । ସକାଳୁ ସମସ୍ତ ମୁସଲମାନ ଭାଇ ଏକ ଶୋଭାଯାତ୍ରାରେ  ବାହାରି ଇଦଗାହା ପଡିଆରେ ସମବେତ ହୋଇଥିଲେ।  ମୌଲାନା ସୋହେବ ରଜାଙ୍କ ପୌରହିତ୍ୟରେ ସମୁହ ନମାଜ ପାଠ କରିଥିଲେ । ନମାଜ ପାଠ ପରେ  ପରସ୍ପର ପରସ୍ପରଙ୍କୁ ଇଦର ଅଭିନନ୍ଦନ ଜଣାଇଥିଲେ। 

ଏହା ପରେ ସମସ୍ତେ ଶ୍ମଶାନକୁ ଯାଇ ନିଜ ନିଜ ପରିବାରର ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।   ଏହି କାର୍ଯ୍ୟକ୍ରମରେ ମୋହରା ମୁସଲିମ କମିଟି ସଭାପତି ସୁଲତାନ ଅଲ୍ଲୀ,  ମହମ୍ମଦ ସକିଲ୍ ,  ମହମ୍ମଦ ଇଲିୟାସ,   ମୁରାଦ ଅଲ୍ଲୀ , ଅବଦୁଲ ମଜିଦ, ମହମ୍ମଦ ହନିଫ, ମହମ୍ମଦ ଇଶା,ମହମ୍ମଦ ୟୁନୁସ, ମହମ୍ମଦ ସଫିକ,ମୁମତାଜ ଅଲ୍ଲୀ,ସହିଦ ଅଲ୍ଲୀ,ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.