ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଚନ୍ଦାହାଣ୍ଡିରୁ ବ୍ରହ୍ମପୁରକୁ ଗଡିବ ସରକାରୀ ଏସି ବସ

ଚନ୍ଦାହାଣ୍ଡି ୧୦।୬ -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରୁ  ଆସନ୍ତା କାଲି ବ୍ରହ୍ମପୁରକୁ ଗଡିବ ସରକାରୀ ଏସି ବସ୍ l ଏ ନେଇ ନବରଙ୍ଗପୁର ସାଂସଦ ଇଂ ଭଲଭଦ୍ର ମାଝି ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି l  ଏହା ଚନ୍ଦାହାଣ୍ଡିରୁ ଉମରକୋଟ, ଜୟପୁର ରାସ୍ତା ଦେଇ ବ୍ରହ୍ମପୁରକୁ ଯାତାୟତ କରିବ l 

ପୂର୍ବ ରୁ ଚନ୍ଦାହାଣ୍ଡି ଠାରୁ ବ୍ରହ୍ମପୁର ବସ ଲୋକ ଦେଖାଣିଆ ପାଇଁ କିଛି ଦିନ ଆସିଥିଲା। ପରେ  ଚନ୍ଦାହାଣ୍ଡି   ବ୍ରହ୍ମପୁର ବୋର୍ଡ ଲାଗି ଥିଲେ ମଧ୍ୟ  ଏହା ଉମରକୋଟରୁ   ବ୍ରହ୍ମପୁରକୁ ଯାଉଥିଲା l ଚନ୍ଦାହାଣ୍ଡିବାସୀ ଯେତେ ଅଭିଯୋଗ  କଲେ ମଧ୍ୟ କେହି କିଛି ଶୁଣୁ ନ ଥିଲେ l   ଏ ନେଇ ଇଂ ବଲଭଦ୍ର ମାଝି  ସାଂସଦ ଭାବରେ ନିର୍ବାଚିତ ହୋଇ  ପ୍ରଥମ ପଦକ୍ଷେପ ନେଇ ଥିବାରୁ  ଅଞ୍ଚଳବାସୀ   ଧନ୍ୟବାଦ ଜଣାଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.