ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଶବ ଖୋଳି ତନ୍ତ୍ରସାଧନା ଭୟ, ସପ୍ତାହେ ହେଲା ମଶାଣିରେ ପୁଅର କବର ଜଗିଛି ବାପା

ନବରଙ୍ଗପୁର/ଚନ୍ଦାହାଣ୍ଡି,୨୬/୦୫ ମଶାଣିରେ ପୁଅର କବରକୁ ଜଗିଛନ୍ତି  ବାପା । ସପ୍ତାହେ ହେଲା ଦିନରାତି ସେଠାରେ ପହରା ଦେଉଛନ୍ତି । ତନ୍ତ୍ର ସାଧନା ପାଇଁ କାଳେ କିଏ କବର ଖୋଳି ୪ ବର୍ଷ ପୁଅର ହାଡ଼କଙ୍କାଳ ନେଇଯିବ, ସେହି ଭୟ ଘାରିଛି ତାଙ୍କୁ । ୨୧ ଦିନ ପର୍ଯ୍ୟନ୍ତ ପୁଅର କବରକୁ ଜଗିରହିବେ ବୋଲି  କହିଛନ୍ତି ଚନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ହଳଦୀ ଗାଁର ରାଜେଶ ନାଗ । ଏହି  ଘଟଣା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।  

ମିଳିଥିବା ସୂଚନା ଅନୁଯାୟୀ, ରାଜେଶଙ୍କ ଶିଶୁପୁତ୍ର ଭୋଳାନାଥ ଗତ ୧୯  ତାରିଖରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା । ସଂଗେ ସଂଗେ ତାକୁ ଡାକ୍ତରଖାନା  ନିଆଯାଇଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ପୁଅର ଶବକୁ ପାଖ  ମଶାଣିରେ କବର ଦେଇଥିଲେ ପରିବାର । ତାକୁ ଯେମିତି କେହି ଖୋଳିପାରିବେ  ନାହିଁ, ସେଥିପାଇଁ ପୋତାଯାଇଥିବା ସ୍ଥାନକୁ ସିମେଣ୍ଟ କରାଯାଇଛି । ବିଜ୍ଞାନ ଯୁଗରେ  ବି ଗାଁଗଣ୍ଡାର ଲୋକେ ତନ୍ତ୍ରସାଧନା ଏବଂ ଗୁଣିଗାରେଡ଼ି ଉପରେ ବିଶ୍ୱାସ ରଖିଛନ୍ତି ।  ଏହି ଘଟଣାକୁ ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ନିଆଯାଇପାରେ ।  

ମଶାଣିରେ ପୁଅର କବରକୁ ଜଗିଥିବା ବାପା ରାଜେଶ କହିଛନ୍ତି, ଅବିବାହିତ  ଝିଅ ଏବଂ ପୁଅର ମୃତ୍ୟୁ ହେଲେ ସେମାନଙ୍କୁ କବର ଦିଆଯାଇଥାଏ । ଏହାକୁ ୨୧  ଦିନ ପର୍ଯ୍ୟନ୍ତ ଜଗିବାକୁ ପଡ଼ିଥାଏ । କେଉଁ ଆବହମାନ କାଳରୁ ଏହା ଚାଲିଆସୁଛି ।  ବିଶ୍ୱାସ ରହିଛି, କବର ଦିଆଯିବାର ୨୧ ଦିନ ଭିତରେ ତନ୍ତ୍ରସାଧନା ପାଇଁ କେହି  ତାନ୍ତ୍ରିକ ଏହାକୁ ଖୋଳିପାରେ । ଶବକୁ ସାଧନା କାମରେ ଲଗାଇପାରେ । ଏହି କାରଣରୁ ସେ ପୁଅର କବରକୁ ୨୧ ଦିନ ପର୍ଯ୍ୟନ୍ତ ଜଗିବେ ବୋଲି ସ୍ଥିର କରିଛନ୍ତି ।  ଜଣେ ସଂପର୍କୀୟ ଭାଇ ସହିତ ଦିନରାତି ମଶାଣିରେ ବସି ରହୁଛନ୍ତି ରାଜେଶ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.