ପୁରୀ ୧୯/୧୧: ପୁରୀ ସମୁଦ୍ରରେ ପୁଣି ଅଘଟଣ। ସମୁଦ୍ର ଗାଧୋଇବା ବେଳେ ଭାସିଯାଇ ଯୁବକ ନିଖୋଜ। ଦିଗବାରେଣି ସମ୍ମୁଖ ନିକଟରେ ଘଟିଛି ଅଘଟଣ। ନିଖୋଜ ଯୁବକ ଖୋଜା ଖୋଜି କରୁଛନ୍ତି ଅଗ୍ନିଶମ ବାହିନୀ ଏବଂ ଲାଇଫଗାର୍ଡ କର୍ମଚାରୀ।
ସୂଚନା ଅନୁଯାଇ, ଯାଜପୁର ବିଞ୍ଝାରପୁରୁ ବ୍ଲକ ଉତ୍ତମପୁର ଗ୍ରାମର ପ୍ରିୟାଂଶୁ ବେହେରା ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ।। ଦିଗବାରେଣି ସମ୍ମୁଖ ସମୁଦ୍ରରେ ଗାଧୋଇବା ବେଳେ ହଠାତ୍ ଭାସି ଗଲେ ପ୍ରିୟାଂଶୁ। ସାଙ୍ଗକୁ ଭାସୁଥିବା ଦେଖି ଲାଇଫଗାର୍ଡ ଡାକ ପକାଇଥିଲେ ବନ୍ଧୁ। ହେଲେ ସେତେ ବେଳକୁ ଯୁବକ ଜଣ ମହୋଦଧିରେ ନିଖୋଜ ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଥିବା ସୂଚନା ମିଳିଛି।