ପ୍ରମୂଖ ଖବର
  • ମୋହନା : ୧୦୪ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • CHSE ପରୀକ୍ଷା ପାଟର୍ଣ୍ଣରେ ପରିବର୍ତ୍ତନ, ୮୦ ରୁ ୨୪ ରଖିଲେ ହେବେ ପାସ୍‌
  • ||
  • ପ୍ରକାଶ ପାଇଲା OTET ରେଜଲ୍ଟ, ୱେବ୍‌ସାଇଟ୍‌ରେ ଦେଖି ପାରିବେ ପରୀକ୍ଷା ଫଳ
  • ||
  • ଲମତାପୁଟରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ୍‌, ୩୮ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • କରମଡ଼ିହି ଗଣହତ୍ୟା ମାମଲା, ୨୪ ଦିନ ପରେ ୭ ଅଭିଯୁକ୍ତ ଗିରଫ
  • ||
  • ରାତି ପାହିଲେ ପ୍ରଥମାଷ୍ଟମୀ, ହଳଦୀପତ୍ର ମହକୁଛି ବଜାର
  • ||
  • କୋରାପୁଟ: ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌: ୪ ମୃତ
  • ||
  • ଓଡ଼ିଶାର ୩ କଳାକାରଙ୍କୁ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର,ଆଜି ନୂଆଦିଲ୍ଲୀରେ ପୁରସ୍କାର ପ୍ରଦାନ କରାଯିବ
  • ||
  • ମୁଲୁଗୁରେ ନକ୍ସଲଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା
  • ||
  • ଓଡ଼ିଶା ପର୍ବ-୨୦୨୪: ନୂଆଦିଲ୍ଲୀରେ ଝଲସିବ ଓଡ଼ିଆ କଳା, ସଂସ୍କୃତି, ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ
  • ||
  • ଲମତାପୁଟ : ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବର୍ଡର-ଗାଭାସ୍କର ଟ୍ରଫି:ଅଷ୍ଟ୍ରେଲିଆଠୁ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ପେସରଙ୍କ ସ୍ୱର୍ଗରେ ବ୍ୟାଟରଙ୍କ ପାଇଁ ପରୀକ୍ଷା
  • ||

ମାଓବାଦୀ- ଯବାନ ଗୁଳି ବିନିମୟ ; ୧୦ମାଓବାଦୀ ନିହତ, ବନ୍ଧୁକ ଧରି ନାଚି ବିଜୟ ଉତ୍ସବ ମନାଇଲେ ଯବାନ

ମାଲକାନଗିରି, ୨୨/୧୧ :  ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀ ଯବାନ ଗୁଳି ବିନିମୟ ଘଟି ୧୦ଜଣ ମାଓବାଦୀ ନିହତ ହେବା ସହ ବହୁ ପରିମାଣର ବନ୍ଧୁକ ଗୋଳାବାରୁଦ ଜବତ କରିଥିବାରୁ ଖୁସିରେ ବନ୍ଧୁକ ଧରି ନାଚି ବିଜୟ ଉତ୍ସବ ପାଳିଛନ୍ତି ଯବାନମାନେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଲଗାତାର ଅପରେସନ ଯୋଗୁଁ ଧିରେଧିରେ ମାଓ ଦୁର୍ଗ ଭୁଶୁଡିବା ସହ ଟଳୁଛନ୍ତି ଜଣକ ପରେ ଜଣେ ନକ୍ସଲ ଗତକାଲି ମାଲକାନଗିରିରେ ଅପରେସନ ପରେ ଆଜି ଛତିଶଗଡ଼ରେ ଲାଲ୍ ବାହିନୀ ଉପରେ ହୋଇଛି ଜୋରଦାର ଏନକାଉଣ୍ଟର । ଛତିଶଗଡ଼ର ସୁକମା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆଜି ୧୦ନକ୍ସଲଙ୍କର ମୃତ୍ୟ ଘଟିଛି । ଛତିଶଗଡ଼ର ସୁକମା ଜିଲ୍ଲାର ଭେଜିଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ଗୁପ୍ତ ଶିବିର ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା I 

ଏହାପରେ ବସ୍ତର ଆଇଜିଙ୍କ ନିର୍ଦ୍ଦେଶକ୍ରମେ ସୁକମା ଏସ୍‌ପିଙ୍କ ନେତୃତ୍ୱରେ ଆଜି ସକାଳେ କୁମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସେନ ଉକ୍ତ ଜଙ୍ଗଲରେ ଆରମ୍ଭ ହୋଇଥିଲା । ଏହି ଅପରେସନରେ ପ୍ରାୟ ଶହେରୁ ଅଧିକ ସିଆର୍‌ଏଫ୍ ଯବାନ ଓ ସ୍ଥାନୀୟ ପୁଲିସ ସାମିଲ ହୋଇଥିଲେ I ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ତୁହାକୁ ତୁହା ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ୧୦ନକ୍ସଲ ନିହତ ହୋଇଛନ୍ତି, ଏବେ ସୁଦ୍ଧା ୧୦ନକ୍ସଲଙ୍କ ମୃତଦେହକୁ ଜବତ କରାଯାଇଥିବାବେଳେ ଘଟଣାସ୍ଥଳରୁ ଇନସାସ୍, ଏକେ- ୪୭, ଓ ଅନ୍ୟ ଅସ୍ତ୍ରଶସ୍ତ୍ର ବହୁ ପରିମାଣ ଗୋଳାବାରୁଦ ଜବତ ହୋଇଛି । 

ଅଧିକ ମୃତ ଆହତ ହୋଇଥିବା ସନ୍ଦେହରେ ଜଙ୍ଗଲରେ ଏବେ ବି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରିଥିବା  ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି I ବୁଧବାର ରାତ୍ରରେ ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ସ୍ଥ ଜିନେଲିଗୁଡା ମେଟାଗୁଡା ଜଙ୍ଗଲରେ ଗୁଳି ବିନିମୟ ପରେ ଗତରାତିରେ ଓଡ଼ିଶା - ଛତିଶଗଡ଼ ସୀମା ଗରିଆବନ୍ଧ ଜିଲ୍ଲା ଯୁଗାଡ ଥାନା ଅମାଡ଼ ଜଙ୍ଗଲରେ ମଧ୍ୟ କୁମ୍ବିଂ ଅପରେସନ୍ ହୋଇଥିଲା, ଏହି ଅପରେସନବେଳେ ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ସାମଗ୍ରୀ ବି ଜବତ ହୋଇଛି । ଗୋଟିଏ ଦିନରେ ଏନକାଉଣ୍ଟରରେ ୧୦ ମାଓବାଦୀଙ୍କ ମୃତ୍ୟୁ ହେବା ଘଟଣାରେ ଅରେସନ ପରେ ଖୁସିରେ ଯବାନମାନେ ବିଜୟ ଉତ୍ସବ ପାଳନ କରି ନାଚ ଗୀତ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.