ନିଳଗିରି,୨୧/୧୧ : ନିଳଗିରି ଅଞ୍ଚଳରୁ ବେଙ୍ଗାଲୁରକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ଜଣେ ଯୁବକ । ହେଲେ ଫେରିଲା ତାଙ୍କର ଶବ । ଏକ ରାସ୍ତା ଦୁର୍ଘଟଣାରେ ଜୀବନ ହରାଇଥିବା ଶ୍ରମିକଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନାଯୋଗ୍ୟ ଯେ, ନୀଳଗିରି ବ୍ଲକ ଅନ୍ତର୍ଗତ ଗରଡ଼ିହି ପଞ୍ଚାୟତ ବାଙ୍କିସାହି ଗ୍ରାମର ମହେଶ୍ବର ମାଝୀର ଦାଦା ନାରାୟଣ ମାଝୀ ବେଙ୍ଗାଲୁରକୁ ଦାଦନ ଶ୍ରମିକ ଭାବେ ଏକ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ଯାଇଥିଲେ । ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ଏକ ୟୁନିଟ୍ରୁ ଅନ୍ୟ ଏକ ୟୁନିଟ୍ ଯିବାବେଳେ ମୋଟରସାଇକେଲ ଧକ୍କା ଦେବାରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏଭଳି ଅଘଟଣ ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।