ମାଲକାନଗିରି, ୨୧/୧୧ : ମାଲକାନଗିରି ସଦର ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ଉ କରାଯାଇ ୬୦ଲକ୍ଷ ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଥିବା ସଦର ଥାନା ଅଧିକାରୀ ଏଚ.ଏସ. ବାରିକ ସୂଚନା ଦେଇଛନ୍ତି।
ସଦର ଥାନା ଅନ୍ତର୍ଗତ ପରଜାଗୁଡା ଓ ଚିନ୍ତଲୱାଡା ଗ୍ରାମ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ଖବର ପାଇ ସବଇନ୍ସପେକ୍ଟର ପି. କେ. ସାବତ, ଏଏସଆଇ ଏନ. ଶବର, ଏସ. ଖରା ଓ ପୁଲିସ ଟିମ୍ ଉକ୍ତ ଜଙ୍ଗଲ ଉପରେ ଚଢ଼ଉ କରିଥିଲେ । ପ୍ରାୟ ୫ଏକର ଜମିରେ ଚାଷ ହୋଇଥିବା ୬ହଜାର ବଡ଼ ବଡ଼ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଥିବା ଜଣାପଡିଛି ।