ସିମୁଳିଆ,୭/୭(ଆପ୍ର): ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ କୁରୁଣ୍ଟା ଗ୍ରାମର ଜଣେ ଯୁବକ ଚାଷ ଜମି କୁ ଯାଉଥିବା ବେଳେ ବଜ୍ରପାତରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ କୁରୁଣ୍ଟା ଗ୍ରାମର କଟିଆ ପଣ୍ଡାଙ୍କ ପୁତ୍ର ଚନ୍ଦ୍ରକାନ୍ତ ପଣ୍ଡା(୩୫)ଙ୍କ ଟ୍ରାକ୍ଟର ଚାଷ ଜମିରେ ହଳ କରୁଥିବାରୁ ଡ୍ରାଇଭ୍ରର ପାଇଁ ଖାଇବା ନେଇ ଯାଉଥିଲେ। ଏହି ସମୟରେ ଲଗାଣ ବର୍ଷା ଏବଂ ବଜ୍ରପାତ ହେବାରୁ ବାଟରେ ଯାଉଥିବା ବେଳେ ବିଲରେ ତାଙ୍କୁ ବଜ୍ରପାତ ମାରିଥିଲା ଏବଂ ସେହି ସ୍ଥାନରେ ହିଁ ସେ ଟଳି ପଡ଼ିଥିଲେ।
ଖବର ପାଇ ପରିବାର ଲୋକେ ତାଙ୍କୁ ସେଠାରୁ ତୁରନ୍ତ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଘୋଷଣା ହେବା ପରେ ସିମୁଳିଆ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଡାକ୍ତରଖାନାକୁ ଆସି ତଦନ୍ତ କରିବା ପରେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ପଠାଇଛି।