ପ୍ରମୂଖ ଖବର
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଡଙ୍ଗାରୁ ଖସିପଡ଼ି ମତ୍ସ୍ୟଜୀବୀଙ୍କ ପ୍ରାଣ ଗଲା

Published By : Suraj Kumar | July 6, 2025 9:31 PM

ଚନ୍ଦନେଶ୍ବର, ୬/୭( ଆ.ପ୍ର) ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଡଙ୍ଗାରୁ ଖସିପଡି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତ ମତ୍ସ୍ୟଜୀବୀ ଜଣକ ବାଲେଶ୍ବର ଜିଲ୍ଲା ଭୋଗରାଇର କୀର୍ତନିଆ ଗାଁର ଭୀମ ଚରଣ ବଢେଇଙ୍କ ପୁଅ ଜଗନ୍ନାଥ ବଢେଇ(୪୯) ।

ନାରାୟଣ ମହାନ୍ତି ପଡିଆ ପଂଚାୟତ ଅଧୀନ କୀର୍ତନିଆ ଗାଁର ଜଗନ୍ନାଥ ବଢେଇ ସମୁଦ୍ରରୁ ମାଛଧରି ଜୀବିକା ନିର୍ବାହ କରନ୍ତି । ରବିବାର ସକାଳେ ଅନ୍ୟ ୪ ଜଣ ମତ୍ସ୍ୟଜୀବୀଙ୍କ ସହିତ ନିଜ ଡଙ୍ଗାରେ କୀର୍ତନିଆ ଜେଟିରୁ ସମୁଦ୍ରକୁ ମାଛ ଧରିବାକୁ ବାହାରି ଥିଲେ । ଜେଟି ଠାରୁ ଅଳ୍ପ ଦୂର ସମୁଦ୍ରର ଏକ ଲହଡ଼ି ମାଡ଼ରେ ବୋଟଟି ଦୋହଲି ଯିବାରୁ ସେ ତଳକୁ ଖସି ପଡିଥିଲେ । ସାଥୀରେ ଥିବା ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଭୋଗରାଇର ମତ୍ସ୍ୟଜୀବୀ ଓ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । 

ଘରେ ରୋଗିଣା ସ୍ତ୍ରୀ,ଜଣେ ଝିଅ ଓ ନାବାଳକ ପୁଅଟିଏ । ଏଭଳି ପରିସ୍ଥିତିରେ ପରିବାର ପ୍ରତି ପୋଷଣ ଚିନ୍ତା ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଉଛି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ବେହେରା, ନାରାୟଣ ମହାନ୍ତି ,ପଡିଆ ସରପଂଚ ରାଧାରାଣୀ ବେହେରା, ସମିତି ସଦସ୍ୟ ବିଶ୍ଵନାଥ ଗିରି ଏବଂ ଗାଁବାସୀ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.