ପ୍ରମୂଖ ଖବର
  • IT ଅଫିସରେ ହାଜର ହେଲେ ନବ ଦାସଙ୍କ ପୁଅ ବିଶାଳ ଦାସ, ନୋଟିସ ପରେ ଆୟକର କାର୍ଯ୍ୟାଳୟରେ ହୋଇଛନ୍ତି ହାଜର
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ବିଜେପି ସାଙ୍ଗଠନିକ ନିର୍ବାଚନ : ମନମୋହନ ସାମଲ ରିପିଟ୍ ନା ଆଉ କିଏ ? ଆଜି ସଭାପତି ପଦ ପାଇଁ ନାମାଙ୍କନ
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ମେସିନ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Harapriya Sethi | July 7, 2025 7:54 AM

ସୋର, ୦୭/୦୭: ଗ୍ୟାସ୍ କଟରରେ ଏଟିଏମ୍‌ କାଟି ଲୁଟିନେଲେ ଟଙ୍କା । ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ାମ୍ବ ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ୍‌ ହୋଇଛି । ତେବେ ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନାହିଁ । ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ାମ୍ବ ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ୍‌ ହୋଇଛି । ଲୁଟେରାମାନେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏଟିଏମ୍‌ ସଟର ତାଲା କାଟି ଭିତରକୁ ପଶିଥିଲେ । ପରେ ଗ୍ୟାସ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟ୍‌ କରିଥିଲେ । ତେବେ ଏସମ୍ପର୍କରେ ଘର ମାଲିକଙ୍କୁ ତାଙ୍କ ଅଫିସରୁ କିଛି ଲୋକ ଫୋନ ଜଣାଇଥିଲେ । ଏବିଷୟରେ ଜାଣି କିଛି ଲୋକଙ୍କୁ ଡାକି ଘର ବାହାରକୁ ଆସିବା ବେଳକୁ ଲୁଟେରା ମାନେ ପୁଣି ସଟର ଟାଣି ଫେରାର ହୋଇଯାଇଥିଲେ । ତେବେ ଏହି ଏଟିଏମ୍‌ରେ ଗତ ଶନିବାର ଦିନ ଟଙ୍କା ଭର୍ତ୍ତି ହୋଇଥିବା ବେଳେ ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.