ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଡିଭାଇଡରରେ ପିଟି ହେଲା ପଲସର , ଯୁବକ ମୃତ

ଭୁବନ,୧୨।୫  ଜାତୀୟ ରାଜପଥ ୫୩ ଅନନ୍ତପୁର ଛକ ନିକଟରେ  ଏକ ପଲସର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ । 

ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ଏକ ପଲସର ଯୋଗେ ଭୁବନ ଅଞ୍ଚଳକୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ ଡିଭାଇଡରରେ ପିଟି ହୋଇଥିଲା । ତେବ ଘଟଣାସ୍ଥଳରେ ଯୁବକର ମୃତ୍ୟୁ ହୋଇଥିଲା । ଖବର ପାଇ ୧୦୮ଆମ୍ବୁଲାନ୍ସ ପହଞ୍ଚି ମୃତ ଶରୀରକୁ ଭୁବନ ମେଡିକାଲରେ ଭର୍ତ୍ତି କରିଛି । ତେବେ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.