ପ୍ରମୂଖ ଖବର
  • ପଟ୍ଟାମୁଣ୍ଡାଇ : ମା'କୁ ପିଟି ପିଟି ମାରିଦେଲା ପୁଅ
  • ||
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ 'ଭୀଷ୍ମ କ୍ୟୁବ୍', ଦୁର୍ଘଟଣାସ୍ଥଳକୁ ଯାଇ ରୋଗୀଙ୍କୁ ଯୋଗାଇବ ସେବା

Published By : Rasmita Pradhan | July 22, 2025 9:51 AM

ଭୁବନେଶ୍ଵର, ୨୨/୦୭ : ଏମ୍ସର 'ଭୀଷ୍ମ କ୍ୟୁବ୍'। ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ। ବିପର୍ଯ୍ୟୟ ବେଳର ବଇଦ। ୩୬ ବର୍ଗାକାର ଡବା ଭିତରେ ପୁରା ହସ୍ପିଟାଲ୍। ଏହାର ଓଜନ ୭୨୦ କିଲୋଗ୍ରାମ। ଚିକିତ୍ସା ପାଇଁ ରହିଛି ସମସ୍ତ ସ୍ଵାସ୍ଥ୍ୟଭିତ୍ତିକ ସେବା। ଏବେ ରୋଗୀ ଡାକ୍ତରଖାନାକୁ ନୁହେଁ ଦୁର୍ଘଟଣା ଯାଗାକୁ ଯିବ ହସ୍ପିଟାଲ୍। ଏହାକୁ ତିଆରି କରିବା ପାଇଁ ଲାଗିବ ମାତ୍ର ୮ ରୁ ୧୦ ମିନିଟ୍। ଗୋଟିଏ କ୍ୟୁବ୍‌ରେ ୨୦୦ରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା। ଏଥିରେ କ୍ୟୁଆର୍ କୋଡ୍ ବି ରହିବ। ଯେଉଁଥିରେ ସ୍କାନ୍ କଲେ ରୋଗୀଙ୍କୁ ମିଳିଯିବ ସମ୍ପୂର୍ଣ୍ଣ ତଥ୍ୟ । ଭୁବନେଶ୍ଵର ଏମ୍ସରେ ପ୍ରଦର୍ଶିତ ହୋଇଛି ଏହି ଭୀଷ୍ମ କ୍ୟୁବ୍‌। 

ବନ୍ୟା, ବାତ୍ୟା, ଭୂକମ୍ପ ହେଉକି ଯୁଦ୍ଧ। ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସାଥୀ ହେବ 'ଭୀଷ୍ମ କ୍ୟୁବ୍'। ବାହନଗା ରେଳ ଦୁର୍ଘଟଣା ଭଳି ଅଘଟଣ ଘଟିଲେ ବି ଘଟଣାସ୍ଥଳରେ ରୋଗୀଙ୍କୁ ମିଳିବ ତୁରନ୍ତ ଚିକିତ୍ସା। ସୈନିକଙ୍କ ସେବା ପାଇଁ ଯୁଦ୍ଧ ଭୂମିକୁ ଉଠିଯିବ ହସ୍ପିଟାଲ୍। ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଲେ ଯବାନଙ୍କ ପାଇଁ ସହାୟକ ହେବ କ୍ୟୁବ୍। ରୋଗୀଙ୍କୁ ଏୟାରଲିପ୍ଟ ନକରି ରୋଗୀଙ୍କ ପାଖରେ ପହଞ୍ଚାଇ ଦିଆଯିବ ହସ୍ପିଟାଲ୍। ହେଲିକପ୍ଟର ଯୋଗେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ କରିହେବ ସ୍ଥାନାନ୍ତର। 

ଏକ ଲୌହ ନିର୍ମିତ ଫ୍ରେମ୍‌ ମଧ୍ୟରେ ତିନିଟି ଥାକ ମଧ୍ୟରେ ରହିଛି  ୧୨ଟି ଲେଖାଏଁ କ୍ୟୁବ୍‌। ପ୍ରତି ବାକ୍ସରେ ମହଜୁଦ ରହିଛି ଜରୁରୀ ଔଷଧ, ଇଞ୍ଜେକସନ, ସାଲାଇନ ସହ ଅନ୍ୟ ମେଡିକାଲ ସାମଗ୍ରୀ। ସହଜରେ ଜାଣିବାକୁ ବାକ୍ସରେ ଲଗାଯାଇଛି କ୍ୟୁଆର କୋଡ୍। ଏହାକୁ ସ୍କାନ୍ କରିବା ମାତ୍ରେ ଔଷଧ ସମ୍ପର୍କରେ ମିଳିଯିବ ତଥ୍ୟ। ସ୍ୱାସ୍ଥ୍ୟସେବାକୁ ମଜଭୁତ କରିବା ଲକ୍ଷ୍ୟରେ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ବିପର୍ଯ୍ୟୟ ସମୟରେ ଏହା ଦେଶବାସୀଙ୍କୁ ଯୋଗାଇଦେବ ସେବା। ଲୋକଙ୍କୁ ଆଉ ହସ୍ପିଟାଲ ଯାଇ ସମୟ ଅପଚୟ କରିବାକୁ ପଡ଼ିବନି। 

ଭୀଷ୍ମ କ୍ୟୁବ୍ ପରିଚାଳନା ପାଇଁ ଏବେ ଦେଶସାରା ଚାଲିଛି ତାଲିମ କାର୍ଯ୍ୟକ୍ରମ। ସୋମବାର ଏମ୍‌ସରେ ପ୍ରତିଷ୍ଠାତା ତଥା ଭାରତୀୟ ସଶକ୍ତବଳର ଅବସରପ୍ରାପ୍ତ ମୁଖ୍ୟ ସର୍ଜନ ଡାକ୍ତର ତନ୍ମୟ ରୟ ଏହି ଭୀଷ୍ମ କ୍ୟୁବ୍‌କୁ ଉଦ୍‌ଘାଟନ କରିଛନ୍ତି। ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ୱାସ କହିଛନ୍ତି, ଯଦି କୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଘଟେ, ସେଠାରେ ଭୀଷ୍ମ କ୍ୟୁବ୍‌ ଦେବଦୂତ ପାଲଟିବ । ଆମେ ତାକୁ ତତକ୍ଷାଣତ୍‌ ନେଇ ପହଞ୍ଚି ପାରିବୁ । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.