ନୂଆଦିଲ୍ଲୀ: ଜଣେ କର୍ମଚାରୀଙ୍କ ଦୁର୍ବଳ ଲଗିନ୍ ପାସଓ୍ବାର୍ଡ ପାଇଁ ୧୫୮ ବର୍ଷର କମ୍ପାନୀକୁ ଏବେ ବନ୍ଦ ହେବାକୁ ପଡିଛି। ଏକ ରାନସମୱେର୍ ଗ୍ୟାଙ୍ଗ୍ ୧୫୮ ବର୍ଷ ପୁରୁଣା ବ୍ରିଟିଶ କମ୍ପାନୀ KNPକୁ ଭାଙ୍ଗି ଦେଇଛି। ଆଉ ଏହା ପରେ ଏବେ ବ୍ରିଟିଶ ଗୁଇନ୍ଦା ସଂସ୍ଥା ଗୁଡ଼ିକ ୨୪/୭ ରାନସମୱେର୍ ଆକ୍ରମଣ ସହିତ ଲଢ଼ୁଛନ୍ତି। ଏହି ସମୟରେ KNPର ନେତୃତ୍ୱ ନେଉଥିବା ବ୍ୟକ୍ତି ବର୍ତ୍ତମାନ ଏହି ପ୍ରୟାସ ଗୁଡ଼ିକୁ ସାହାଯ୍ୟ କରୁଛନ୍ତି।
ନର୍ଥାମ୍ପଟନ ଶାୟାରର ଏକ ପରିବହନ କମ୍ପାନୀ KNPକୁ ୨୦୨୩ ମସିହାରେ ଏହାର ୫ଶହ ଟ୍ରକର ଟେଣ୍ଡରକୁ ବନ୍ଦ କରିବାକୁ ପଡିଥିଲା ଏବଂ ଏହି କାରଣରୁ ଏହାର ୭ ଶହ ଲୋକଙ୍କୁ ବେରୋଜଗାର ହେବାକୁ ପଡିଥିଲା । କାରଣ ରାନସମୱେର୍ ଗ୍ୟାଙ୍ଗ ଦୁର୍ବଳ ପାସୱାର୍ଡ ଅନୁମାନ କରି ଏହାର ସିଷ୍ଟମରେ ପ୍ରବେଶ କରିଥିଲା।
KNP ଉପରେ ଏହି ଆକ୍ରମଣ କୁଖ୍ୟାତ ରାନସମୱେର୍ ଗ୍ରୁପ୍ ଆକିରା କରିଥିଲା। ଭିତରକୁ ପଶିବା ପରେ, ସେମାନେ କମ୍ପାନୀର ସମସ୍ତ ଡାଟାକୁ ଏନକ୍ରିପ୍ଟ କରିଥିଲେ । ତେବେ ଏହା ପରେ ଏକ ଆଲୋଚନା ସଂସ୍ଥା KNPର ଏହି ତଥ୍ୟ ପୁନରୁଦ୍ଧାର ପାଇଁ ୫୦ ଲକ୍ଷ ଖର୍ଚ୍ଚ ଆକଳନ କରିଥିଲା ହେଲେ କମ୍ପାନୀ ପାଖରେ ଏତେ ଟଙ୍କା ନଥିଲା। ଏହାର ଡିଜିଟାଲ ସିଷ୍ଟମ, ଅର୍ଡର କିମ୍ବା ଲଜିଷ୍ଟିକ୍ସର ପ୍ରବେଶ ବିନା, କମ୍ପାନୀ ପାଖରେ ଦେବାଳିଆ ପାଇଁ ଫାଇଲ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। KNP ନିର୍ଦ୍ଦେଶକ ପଲ ଆବଟ୍ ଏକ ଆଶ୍ଚର୍ଯ୍ୟଜନକ ସ୍ୱୀକାରୋକ୍ତି କରିଛନ୍ତି, ସେ ଏପର୍ଯ୍ୟନ୍ତ ସେହି କର୍ମଚାରୀଙ୍କୁ କହିନାହାଁନ୍ତି ଯାହାର ଦୁର୍ବଳ ପାସୱାର୍ଡ ସଂସ୍ଥାକୁ ନଷ୍ଟ କରିଦେଇଥିଲା।