ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଦୁନିଆର ସବୁଠୁ ଲମ୍ବା ଟ୍ରେନ୍ ଯାତ୍ରା : ଗୋଟିଏ ଟିକଟ କରନ୍ତୁ, ୧୩ ଦେଶ ବୁଲିବାର ମଜା ଉଠାନ୍ତୁ

Published By : Prameya | December 3, 2024 12:43 PM

ନୂଆଦିଲ୍ଲୀ, ୦୩/୧୨ : ଅନ୍ୟ ଦେଶକୁ ଯାତ୍ରା କରିବାକୁ ହେଲେ ସମସ୍ତେ ଫ୍ଲାଇଟ୍‌ରେ ଯିବାକୁ ପସନ୍ଦ କରନ୍ତି। ହେଲେ ଆପଣ ଜାଣିଛନ୍ତି କି ? ଏଭଳି ଏକ ଟ୍ରେନ୍ ଅଛି। ଯେଉଁଥିରେ ବସିଲେ ଆପଣ ୧୩ଟି ଦେଶକୁ ଯାତ୍ରା କରିପାରିବେ। ୨୧ ଦିନରେ ଏହି ଟ୍ରେନ୍ ଆପଣଙ୍କୁ ୧୩ଟି ଦେଶ ବୁଲାଇନେବ। ପର୍ତ୍ତୁଗାଲରୁ ସିଙ୍ଗାପୁର ଯାଏଁ ଗୋଟିଏ ଟ୍ରେନ୍‌ରେ ମଜା ଉଠାଇପାରିବେ। ଟିକେଟ୍ ଦାମ୍ ମଧ୍ୟ ଏତେ ଅଧିକ ନୁହେଁ। 

ଦୁନିଆର ସବୁଠୁ ଲମ୍ବା ଟ୍ରେନ୍ ଯାତ୍ରା। ୧୮ ହଜାର ୭୫୫ କିଲୋମିଟର ଦୂର ଅତିକ୍ରମ କରି ୧୩ଟି ଦେଶ ବୁଲାଇନେବ ଟ୍ରେନ୍। ଏଥିପାଇଁ ଲାଗିବ ୨୧ ଦିନ। ପର୍ତ୍ତୁଗାଲର ଅଲଗାୱେରୁ ଯାତ୍ରା ଆରମ୍ଭ କରି ସିଙ୍ଗାପୁରରେ ଯାତ୍ରା ଶେଷ କରିବ ଟ୍ରେନ୍। ବାଟରେ ପଡିବ ସ୍ପେନ୍, ଫାନ୍ସ, ଋଷ, ଚୀନ, ଭିଏତନାମା, ଥାଇଲାଣ୍ଡ, ଏବଂ ସିଙ୍ଗାପୁର ଭଳି ଦେଶ। କେବଳ ସେତିକି ନୁହେଁ ଦୁନିଆର ପ୍ରସିଦ୍ଧ ସହର ପ୍ୟାରିସ୍, ମସ୍କୋ, ବେଜିଂ, ଏବଂ ବ୍ୟାଙ୍କକ୍ ଦେଇ ଅତିକ୍ରମ କରିବ ଏହି ଟ୍ରେନ୍। ଏହି ସବୁ ଦେଶ ଦେଇ ଯିବା ବେଳେ ୧୧ଟି ମୁଖ୍ୟ ଷ୍ଟପ୍‌ରେ ଅଟକିବ ଟ୍ରେନ୍। କେତେକ ସ୍ଥାନରେ ମିଳିବ ଆରାମଦାୟକ ରାତ୍ରୀ ରହଣିର ସୁବିଧା। ବିଶ୍ରାମ ନେଇ ସବୁ ଦେଶର ସଂସ୍କୃତିକ ଏବଂ ସୁନ୍ଦର ନଜାରା ଉପଭୋଗ କରିପାରିବେ ଯାତ୍ରୀ। ଏଥିପାଇଁ ଖର୍ଚ୍ଚ ହେବ ମାତ୍ର ୧୩୫୦ ଡଲାର। ଭାରତୀୟ ମୁଦ୍ରାରେ ଲାଗିବ ୧ ଲକ୍ଷ ୧୩ ହଜାର ୯୮୮ ଟଙ୍କା। ତେବେ ଏକାଥରେ ଲକ୍ଷେ ୧୪ ହଜାର ଶୁଣି ଆପଣଙ୍କୁ ଅଧିକ ଲାଗୁଥିବ ନିଶ୍ଚିନ୍ତ। କିନ୍ତୁ ଥରେ ଚିନ୍ତା କରି ଦେଖନ୍ତୁ... ଗୋଟିଏ ଟିକେଟ୍ କଲେ ଆଉ ଖାଇବା ରହିବା ପାଇଁ ଟେନସନ୍ ନାହିଁ। ଏକା ସାଙ୍ଗରେ ୧୩ଟି ଦେଶ ବୁଲିପାରିବେ। ଟିକେଟ, ଖାଦ୍ୟପେୟ ଏବଂ ଷ୍ଟେ... ସବୁକିଛି ହୋଇଯିବ ଏହି ପ୍ୟାକେଜରେ। ତେବେ ଅନ୍ୟ ଦିନ ତୁଳନାରେ ଶୀତଦିନେ କୁହୁଡ଼ି ପାଇଁ ଆଉ ଟିକେ ଲମ୍ବା ହୋଇପାରେ ଏହି ଟ୍ରେନ୍ ଯାତ୍ରା। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.