ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ପାକିସ୍ତାନର ଲଗାତାର ଅସ୍ତ୍ରବିରତି ଉଲଘଂନ; ଜମ୍ମୁ ଓ କାଶ୍ମୀରରେ ୧୫ ନାଗରିକ ମୃତ, ୪୩ ଆହତ

Published By : Bijay Swain | May 8, 2025 5:05 AM

Image courtesy: indiatoday

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର କୁପୱାଡ଼ା ଓ ଅନ୍ୟ ସୀମାନ୍ତ ଅଞ୍ଚଳରେ ପାକିସ୍ତାନର ପ୍ରବଳ ଗୁଳିବିନିମୟ ଓ ଗୋଳାବର୍ଷଣରେ ୧୫ ଜଣ ନାଗରିକଙ୍କର ମୃତ୍ୟୁ ଘଟିଛି ଏବଂ ୪୩ ଜଣ ଆହତ ହୋଇଛନ୍ତି। ଏହି ଘଟଣା ମଙ୍ଗଳବାର ରାତିରେ ଆରମ୍ଭ ହୋଇଥିଲା, ଯେତେବେଳେ ଭାରତ ପାହାଲଗାମ ଆତଙ୍କବାଦୀ ହମଲାର ଜବାବରେ 'ଅପରେସନ ସିନ୍ଦୁର' ଆରମ୍ଭ କରିଥିଲା। ଏହି ୱଅପରେସନରେ ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ନଅଟି ଆତଙ୍କବାଦୀ ଶିବିର ଉପରେ ହମଲା କରିଥିଲା। ଏହି ହମଲାରେ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଓ ହିଜବୁଲ ମୁଜାହିଦ୍ଦୀନ ସହ ଜଡ଼ିତ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ପାକିସ୍ତାନ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତୀୟ ସୀମାରେ ଗୁଳିବିନିମୟ ଜାରି ରହିଥିଲା। ପୁଞ୍ଛ, ରାଜୌରୀ, କୁପୱାଡ଼ା ଓ ବାରମୁଲା ଜିଲ୍ଲାରେ ପାକିସ୍ତାନ ପକ୍ଷରୁ ଆସ୍ତ୍ରବୀରତି ଉଲଘଂନ ତୀବ୍ର ହୋଇଥିଲା। ଯେଉଁଠାରେ କୁପୱାଡ଼ାର କର୍ଣ୍ଣାହ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ପାକିସ୍ତାନର ଗୋଳାବର୍ଷଣରେ ଅନେକ ଘର ଧ୍ୱଂସ ହୋଇଛି। ଯାହା ଫଳରେ ନାଗରିକମାନେ ଆତଙ୍କିତ ହୋଇ ନିରାପଦ ସ୍ଥାନକୁ ପଳାୟନ କରିଛନ୍ତି। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଏକାଧିକ ପାକିସ୍ତାନୀ ସେନା ଚୌକି କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ସେନା ପାକିସ୍ତାନର ଆକ୍ରମଣର ସଠିକ ଓ ନିୟନ୍ତ୍ରିତ ଜବାବ ଦେଇଛି। ଯାହା ଫଳରେ ପାକିସ୍ତାନୀ ସେନାରେ ପ୍ରବଳ କ୍ଷୟକ୍ଷତି ହୋଇଛି।

'ଅପରେସନ ସିନ୍ଦୁର' ଏପ୍ରିଲ ୨୨ ପାହାଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ସ୍ୱରୂପ କରାଯାଇଛି। ଭାରତୀୟ ସେନା ରାଫେଲ ଯୁଦ୍ଧ ବିମାନ ଓ ସ୍କାଲ୍ପ କ୍ରୁଜ ମିସାଇଲ ବ୍ୟବହାର କରି ବାହାୱାଲପୁର ଓ ମୁରିଦ୍ଦେ ସ୍ଥିତ ଜୈଶ ଓ ଲସ୍କରର ମୁଖ୍ୟ ଶିବିରଗୁଡ଼ିକୁ ଧ୍ୱଂସ କରିଛି। ଏହି ହମଲାରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ସୀମାନ୍ତ ଅଞ୍ଚଳର ଲୋକମାନେ ଭୟଭୀତ ହୋଇ ଭୂଗର୍ଭ ବଙ୍କରରେ ଆଶ୍ରୟ ନେଇଛନ୍ତି। ଅନେକ ପରିବାର ନିରାପଦ ସ୍ଥାନକୁ ପଳାୟନ କରିଛନ୍ତି। ପୁଞ୍ଛ ଓ ରାଜୌରୀରେ ବଜାର ବନ୍ଦ ରହିଛି, ସ୍କୁଲ, କଲେଜ ବନ୍ଦ କରାଯାଇଛି ଏବଂ ଶ୍ରୀନଗର ବିମାନବନ୍ଦରରେ ବେସାମରିକ ଉଡ଼ାଣ ବନ୍ଦ ରହିଛି। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ସୀମାନ୍ତ ଅଞ୍ଚଳରୁ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ଏହି କାର୍ଯ୍ୟାନୁଷ୍ଠାନକୁ ନିୟନ୍ତ୍ରୀତ, ଅଣ-ଉତ୍ତେଜକ ଓ ଆତଙ୍କବାଦ ବିରୋଧୀ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଏହି ହମଲା କେବଳ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିଛି, ପାକିସ୍ତାନୀ ସେନା ସ୍ଥାପନାକୁ ନୁହେଁ। ପାକିସ୍ତାନ ଏହାକୁ ଯୁଦ୍ଧର ଘୋଷଣା ବୋଲି ଅଭିହିତ କରି ପ୍ରତିଶୋଧ ନେବାକୁ ଭାରତକୁ ଧମକ ଦେଇଛି।

ସୀମାନ୍ତର ଜଣେ ବାସିନ୍ଦା ଏନେଇ କହିଛନ୍ତି ଯେ, ଆମେ ଏହି ସ୍ଥାନ ଛାଡ଼ିବୁ ନାହିଁ ଓ ଭାରତୀୟ ସେନାକୁ ସମର୍ଥନ କରୁଛୁ। ଅପରେସନ ସିନ୍ଦୁର ଆତଙ୍କବାଦୀମାନଙ୍କ ପାଇଁ ଉଚିତ ଜବାବ। ତେବେ, ଅନେକ ବାସିନ୍ଦା ସୁରକ୍ଷିତ ବଙ୍କରର ଅଭାବ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଏହି ଘଟଣା ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଜଟିଳ କରିଛି। ସୀମାନ୍ତରେ ଉତ୍ତେଜନା ଜାରି ରହିଥିବା ବେଳେ ଭାରତୀୟ ସେନା ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.